Posted inଖେଳ

ଇଂଲଣ୍ଡ ଗସ୍ତ କରିବ ଅଷ୍ଟ୍ରେଲିଆ: ଦଳକୁ ଫେରିଲେ ମ୍ୟାକ୍ସଓ୍ବେଲ

ମେଲବୋର୍ନ,୧୪।୮: ସୀମିତ ଓଭର ସିରିଜ ଖେଳିବାକୁ ଅଷ୍ଟ୍ରେଲିଆ ଇଂଲଣ୍ଡ ଗସ୍ତ କରିବା ନିଶ୍ଚିତ ହୋଇଛି। ଏ ସଂକ୍ରାନ୍ତରେ ଅଷ୍ଟ୍ରେଲିଆ ଶୁକ୍ରବାର ଘୋଷଣା କରିଛି। ଫଳରେ କୋଭିଡ୍‌-୧୯ କାରଣରୁ ଆର୍ଥିକ ଭାବେ ସଂଘର୍ଷ କରୁଥିବା ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପାଇଁ ଏହା ଆଶୀର୍ବାଦ ସଦୃଶ ହୋଇଛି। ସେପ୍ଟେମ୍ବର ୪ରୁ ଏହି ଗସ୍ତ ଆରମ୍ଭ ହେବ। ସାଉଥାମ୍ପଟନରେ ଅଷ୍ଟ୍ରେଲିଆ ୩ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବ। ଏହା ପରେ ଜୈବ ସୁରକ୍ଷିତ ପରିବେଶ ଅଷ୍ଟ୍ରେଲିଆ ମାଞ୍ଚେଷ୍ଟରରେ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌ଗୁଡିକ ପୂର୍ବରୁ ଜୁଲାଇରେ ଖେଳାଯିବାର କାର୍ଯ୍ୟକ୍ରମ ଥିଲା। ଏହି ଗସ୍ତ ନିଶ୍ଚିତ ହୋଇଥିବାରୁ ଆମେ କ୍ରିକେଟ ଅଷ୍ଟ୍ରେଲିଆ (ସିଏ)ର ଖେଳାଳି, ଷ୍ଟାଫ୍‌, ପ୍ରଶାସନଙ୍କ ନିକଟରେ କୃତଜ୍ଞ ରହିବୁ ବୋଲି ଇସିବି ମୁଖ୍ୟ କାର୍ଯ୍ୟନିର୍ବାହୀ ଟମ୍‌ ହାରିସନ କହିଛନ୍ତି।
କୋଭିଡ୍‌-୧୯ ଦ୍ୱାରା ଗତ ୪ ମାସ ମଧ୍ୟରେ ଅନ୍ତର୍ଜାତୀୟ କାର୍ଯ୍ୟସୂଚୀ ସମ୍ପୂର୍ଣ୍ଣ ରୂପ ପ୍ରଭାବିତ ହୋଇଥିଲା। ତେବେ ଅଷ୍ଟ୍ରେଲିଆର ଏହି ଗସ୍ତ ଦ୍ୱାରା ଇସିବି ତା’ର ସବୁ ୧୮ଟି ଅନ୍ତର୍ଜାତୀୟ କାର୍ଯ୍ୟସୂଚୀ ଆୟୋଜନ କରିବାରେ ସକ୍ଷମ ହେବ। ଏହି ଗସ୍ତ ପାଇଁ ଅଷ୍ଟ୍ରେଲିଆ ସରକାରଙ୍କ ଅନୁମୋଦନ ମିଳିଛି ବୋଲି କ୍ରିକେଟ ଅଷ୍ଟ୍ରେଲିଆ ତରଫରୁ କୁହାଯାଇଛି। କରୋନା ଭାଇରସ ସଂକ୍ରମଣ ପରେ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ଅନ୍ତର୍ଜତାୟ ଗସ୍ତ କରିବାକୁ ଯାଉଛି। ଏହି ହାଇପ୍ରୋଫାଇଲ ଗସ୍ତ ପାଇଁ ଆରୋନ ଫିଞ୍ଚ୍‌ଙ୍କ ନେତୃତ୍ୱରେ ଏକ ୨୧ ଜଣିଆ ଅଷ୍ଟ୍ରେଲିଆ ଦଳ ଘୋଷଣା କରାଯାଇଛି। ଏହି କଷ୍ଟକର ସମୟରେ କ୍ରିକେଟ ଖେଳ ଜାରି ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି ଅଷ୍ଟ୍ରେଲିଆ କୋଚ୍‌ ଜଷ୍ଟିନ ଲାଙ୍ଗର କହିଛନ୍ତି। ଗତବର୍ଷ ମାନସିକ ବିଷାଦ କାରଣରୁ କ୍ରିକେଟରୁ ଦୂରେଇ ରହିଥିବା ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଇତିମଧ୍ୟରେ ଏଲ୍‌ବୋ ଇଞ୍ଜୁରୀରୁ ମୁକୁଳି ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।
ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ୍‌ (ଅଧିନାୟକ), ସିନ୍‌ ଆବୋଟ, ଆଷ୍ଟନ ଅଗର, ଆଲେକ୍ସ କାରେ, ପ୍ୟାଟ୍ସ କୁମିନ୍ସ, ଜୋଶ ହାଜେଲଉଡ୍‌, ମାର୍ନସ ଲାବୁସେନ୍‌, ନାଥନ ଲିୟନ, ମିଚେଲ ମାର୍ଶ, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ, ରିଲେ ମେରେଡିଥ୍‌, ଜୋଶ ଫିଲିପ୍‌, ଡାନିଏଲ ସାମ୍ସ, କେନ୍‌ ରିଚାର୍ଡସନ, ଷ୍ଟିଭେନ୍‌ ସ୍ମିଥ୍‌, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ୍‌, ଆଣ୍ଡ୍ର୍ୟୁ ଟାଏ, ମାଥ୍ୟୁ ଓ୍ବେଡ୍‌, ଡେଭିଡ୍‌ ଓ୍ବାର୍ନର ଓ ଆଡାମ ଜାମ୍ପା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାମ୍ପିଅନ୍ସ Trophy ପୂର୍ବରୁ ଟ୍ରାଭିସ୍‌ ହେଡ-ରବାଡ଼ା ସମେତ ଅନେକ ଖେଳାଳିଙ୍କୁ ବଡ଼ ଝଟ୍‌କା, ହଠାତ ଦଳରୁ ପଡ଼ିଲେ ବାଦ୍‌

ନୂଆଦିଲ୍ଲୀ,୧୬।୨: ବର୍ତ୍ତମାନ ସମୟରେ କ୍ରିକେଟ ଜଗତରେ କେବଳ ICC ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ନେଇ ଚର୍ଚ୍ଚା ହେଉଛି। ସାରା ବିଶ୍ୱର କ୍ରିକେଟ ପ୍ରେମୀ ଏହାକୁ ଉତ୍ସାହର...

ଦୁବାଇରେ ଟିମ୍‌ ଇଣ୍ଡିଆ ପହଞ୍ଚୁ ପହଞ୍ଚୁ ବଡ଼ ଘୋଷଣା କଲା ICC, ପ୍ରଶଂସକଙ୍କ ଚିନ୍ତା…

ନୂଆଦିଲ୍ଲୀ,୧୬।୨: ପାକିସ୍ତାନରେ ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ହାଇବ୍ରିଡ ମଡେଲରେ ଖେଳାଯିବ। ଏହି ଟୁର୍ନାମେଣ୍ଟରେ ଟିମ୍‌ ଇଣ୍ଡିଆ ତାର ସମସ୍ତ ମ୍ୟାଚ...

Champions Trophyକୁ ନେଇ ଦୁବାଇରେ ଟ୍ୟାକ୍ସି ଡ୍ରାଇଭରଙ୍କ ଦାବିକୁ ନେଇ ହଇଚଇ, ସତ ହୋଇଗଲେ ଫସିଯିବ ଟିମ୍‌ ଇଣ୍ଡିଆ!

ନୂଆଦିଲ୍ଲୀ,୧୬।୨: ଟିମ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ଖେଳିବା ଲାଗି ଦୁବାଇରେ ପହଞ୍ଚିଛି। ଦଳ ଫେବୃଆରୀ ୨୦ ରୁ ବାଂଲାଦେଶ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫିରେ ତା’ର ଅଭିଯାନ...

ଦୁବାଇ ପହଞ୍ଚିବା ପରେ ପୁରୁଣା ଭୁଲ୍‌ ଦୋହରାଇଲେ ରୋହିତ ଶର୍ମା? ବିମାନବନ୍ଦରରେ ଅପେକ୍ଷା କଲେ…

ନୂଆଦିଲ୍ଲୀ,୧୫।୨: ଚାମ୍ପିଅନ୍ସ ଟ୍ରଫି ପାଇଁ ଟିମ୍‌ ଇଣ୍ଡିଆ ଦୁବାଇ ପହଞ୍ଚି ସାରିଛି। ଏହି ଟୁର୍ନାମେଣ୍ଟ ପାଇଁ ମନୋନୀତ ଖେଳାଳିମାନେ ଭାରତୀୟ ଦଳର ସପୋର୍ଟ ଷ୍ଟାଫ୍‌ଙ୍କ ସହିତ...

Champions Trophyରେ ବୁମ୍‌ରା ନ ଖେଳିବା ପଛରେ ଅସଲ କାରଣ ଆଘାତ ନୁହେଁ, ରୋହିତଙ୍କୁ ନେଇ BCCI ମଧ୍ୟ ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୫।୨: ଜସପ୍ରିତ ବୁମ୍‌ରା ଟିମ ଇଣ୍ଡିଆର ଜଣେ ସର୍ବଶ୍ରେଷ୍ଠ ବୋଲର। ତାଙ୍କ ପାଖରେ ଯେକୌଣସି ମ୍ୟାଚ୍‌ର ବାଜି ପଲଟାଇବା ତଥା ଟୁର୍ନାମେଣ୍ଟ ଜିତିବାର କ୍ଷମତା ରହିଛି।...

Champions Trophy 2025: ଦୁବାଇ ଅଭିମୁଖେ ଟିମ୍‌ ଇଣ୍ଡିଆ, ସାଥିରେ ଗଲେନି ପରିବାର

ମୁମ୍ବାଇ,୧୫।୨: ଭାରତୀୟ କ୍ରିକେଟ ଦଳ ଶନିବାର ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଦୁବାଇ ଗସ୍ତ କରିଛି। ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀର ଏବଂ...

Watch: ପାକିସ୍ତାନରେ ଲାଗିଲା ‘କୋହଲି ଜିନ୍ଦାବାଦ’ ସ୍ଲୋଗାନ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୫।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନ ଆୟୋଜକତାରେ ଖେଳାଯିବ। କେବଳ ଟିମ ଇଣ୍ଡିଆ ଦୁବାଇରେ ଏହାର ମ୍ୟାଚ ଖେଳିବ। ଭାରତୀୟ ଦଳ ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ...

ଭାରତରେ ଆୟୋଜନ ହେବ କି ୨୦୩୬ ଅଲିମ୍ପିକ୍ସ: ଅମିତ ଶାହା କହିଲେ…

ହଲ୍‌ଦ୍ୱାନୀ, ୧୫ା୨(ପି.ଟି.):୩୮ତମ ଜାତୀୟ କ୍ରୀଡ଼ାର ପ୍ରତିଯୋଗିତାଗୁଡ଼ିକ ଗୁରୁବାର ଶେଷ ହୋଇଥିବା ବେଳେ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାଶନାଲ ସ୍ପୋଟର୍‌ସ କମ୍ପ୍ଲେକ୍ସଠାରେ ଉଦ୍‌ଯାପନୀ ଉତ୍ସବ ଶୁକ୍ରବାର ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image