Categories: ଖେଳ

ବର୍ମିଂହାମ୍‌ ଟେଷ୍ଟ: ଭାରତକୁ ପ୍ରାରମ୍ଭିକ ଝଟକା

ବର୍ମିଂହାମ୍‌,୧।୭: ସ୍ଥାନୀୟ ଏଜ୍‌ବାଷ୍ଟନ ଗ୍ରାଉଣ୍ଡରେ ଶୁକ୍ରବାର ଟିମ୍‌ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଯାଇଛି ପୁନଃ ନିର୍ଦ୍ଧାରିତ ୫ମ ଟେଷ୍ଟ। ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଭାରତ ବ୍ୟାଟିଂ ଆରମ୍ଭ କରି ୧୯ ଓଭର ଖେଳ ସୁଦ୍ଧା ୫୨ ରନ୍‌ କରି ୨ ଉଇକେଟ ହରାଇଛି।

ଓପନିଂ ଯୋଡି ଭାବେ ଶୁବମାନ୍‌ ଗିଲ ଏବଂ ଚେତେଶ୍ୱର ପୂଜାରା ବ୍ୟାଟିଂ କରିବାକୁ ଆସିଥିଲେ। ହେଲେ ୬.୨ ଓଭରରେ ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଶୁବମାନ ୨୪ ବଲ୍‌ରେ ୧୭ ରନ୍‌(୪ ଚୌକା) କରି ଜେମ୍ସ ଆଣ୍ଡରସନଙ୍କ ବଲ୍‌ରେ ଆଉଟ ହୋଇଯାଇଥିଲେ। ପରେ ହନୁମା ବିହାରୀ ବ୍ୟାଟିଂ କରିବାକୁ ଆସିଥିଲେ। ଏଭଳିସ୍ଥିତିରେ ଚେତେଶ୍ୱର ମଧ୍ୟ ବେଶ୍‌ କିଛି କରିପାରି ନ ଥିଲେ। ଚେତେଶ୍ୱର ୪୬ ବଲ୍‌ରେ ୧୩ ରନ୍‌ କରି ଆଉଟ ହୋଇଯାଇଥିଲେ। ହନୁମା ୪୬ ବଲ୍‌ ଖେଳି ୧୪ ରନ୍‌ କରିଥିବା ବେଳେ ବିରାଟ କୋହଲି ବ୍ୟାଟିଂ କରିବାକୁ ଆସିଛନ୍ତି।

 

Share