Categories: ଖେଳ

ଆଜି ବିଶ୍ୱକପ୍‌ ଉଦ୍‌ଘାଟନୀ ମୁକାବିଲା: ଜାଣନ୍ତୁ କେବେ, କେଉଁଠି ଏବଂ କେତେବେଳେ ଦେଖିବେ…

ଅହମଦାବାଦ, ୫।୧୦: ଭାରତରେ ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଗତଥରର ଚାମ୍ପିୟନ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏହାର ଉଦ୍‌ଘାଟନୀ ମ୍ୟାଚ ଖେଳାଯିବ। ଏହା ଗତ ସଂସ୍କରଣ ଫାଇନାଲ ଉଭୟ ଦଳ ଖେଳିଥିବାରୁ ଏହି ମ୍ୟାଚ୍‌ ରୋମାଞ୍ଚକର ହେବ ବୋଲି କୁହାଯାଉଛି। ତେବେ ଆସନ୍ତୁ ଜାଣିବା ଏହି ମୁକାବିଲଶକୁ କେବେ, କେଉଁଠି ଆଉ କେତେବେଳେ ଦେଖିବେ?

-ଉଦ୍‌ଘାଟନୀ ମ୍ୟାଚ୍‌ଟି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ।

-ସମୟ: ଭାରତୀୟ ସମୟାନୁସାରେ ଅପରାହ୍ନ ୨ଟାରେ ମ୍ୟାଚ୍‌ ଆରମ୍ଭ ହେବ। ମ୍ୟାଚ୍‌ର ଅଧାଘଣ୍ଟା ପୂର୍ବରୁ ଟସ୍‌ ପଡ଼ିବ।

-କେଉଁଠି ଦେଖିବେ: ମ୍ୟାଚ୍‌ର ସିଧା ପ୍ରସାରଣ ଷ୍ଟାର ସ୍ପୋଟ୍ସର ସମସ୍ତ ଚ୍ୟାନେଲରେ ଦେଖିହେବ।

-ଅନ୍‌ଲାଇନରେ ଡିଜନୀ ପ୍ଲସ୍‌ ହଟଷ୍ଟାର ଆପ୍‌ରେ ଏହି ମ୍ୟାଚ୍‌କୁ ଦେଖିହେବ।

Share