Categories: ଖେଳ

କରୋନାର ନୂଆ ଷ୍ଟ୍ରେନ୍‌ରେ ଆକ୍ରାନ୍ତ ଏହି କ୍ରିକେଟର୍‌: ଖେଳିଗଲା ଆତଙ୍କ

କଲମ୍ବୋ,୧୪।୧: ଇଲଂଣ୍ଡର ଅଲରାଉଣ୍ଡର ମୋଇନ ଅଲ୍ଲୀ ଶ୍ରୀଲଙ୍କା ପହଞ୍ଚିବା ପରେ କରୋନା ଆକ୍ରାନ୍ତ ହୋଇଥିଲେ। ଏହାପରେ ଅନ୍ୟ ଖେଳାଳିଙ୍କଠାରୁ ତାଙ୍କୁ ଅଲଗା ରଖାଯାଇଥିଲା। ଏବେ ମୋଇନ୍‌ ଅଲ୍ଲୀଙ୍କ ଠାରେ ନୂଆ କରୋନା ଷ୍ଟ୍ରେନ୍‌ ଦେଖାଯାଇଥିବା ଜଣାପଡିଛି। ଏହାପରେ ଶ୍ରୀଲଙ୍କାରେ ଆତଙ୍କ ଖେଳିଯାଇଛି। ୩୩ ବର୍ଷୀୟ ମୋଇନ୍‌ ଶ୍ରୀଲଙ୍କାରେ ପ୍ରଥମ ବ୍ୟକ୍ତି, ଯାହାଙ୍କଠାରେ କରୋନାର ନୂଆ ରୂପ ଦେଖାଯାଇଛି। ସରକାର ମୋଇନଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ. ଇଂଲଣ୍ଡ ଟିମ୍‌ ଶ୍ରୀଲଙ୍କାରେ ୨ଟି ଟେଷ୍ଟ ଖେଳି ଭାରତ ଗସ୍ତରେ ଆସିବ।

Share