Categories: ଖେଳ

୨୨୫ ରନ୍‌ କଲେ ସିରିଜ୍‌ ଜିତିବ ଇଂଲଣ୍ଡ

ଅହମ୍ମଦାବାଦ,୨୦।୩: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶନିବାର ଚାଲିଥିବା ଅନ୍ତିମ ମ୍ୟାଚରେ ଭାରତୀୟ ଦଳ ଜବରଦସ୍ତ ବ୍ୟାଟିଂ କରିଛି। ଅଧିନାୟକ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଟିମ୍‌ ଇଣ୍ଡିଆ ୨ ଉଇକେଟ ହରାଇ ୨୨୪ ରନ୍‌ କରିଛି। ଫଳରେ ଇଂଲଣ୍ଡ ଆଗରେ ୨୨୫ ରନ୍‌ର ବିଶାଳ ଟାର୍ଗେଟ ଧାର୍ଯ୍ୟ ହୋଇଛି। ଭାରତୀୟ ଦଳକୁ ବିସ୍ଫୋରକ ଆରମ୍ଭ ଦେଇଥିଲେ ଅଧିନାୟକ ବିରାଟ କୋହଲି ଓ ଉପ ଅଧିନାୟକ ରୋହିତ ଶର୍ମା। ଦୁହେଁ ୯ ଓଭରରେ ୯୪ ରନ୍‌ ଯୋଡ଼ିଥିଲେ। ରୋହିତ ୬୪ ରନ୍‌ର ବିସ୍ଫୋରକ ପାଳି ଖେଳିଥିଲେ। ତାଙ୍କ ପରେ ସୂର୍ଯ୍ୟକୁମାର ଯାଦବ ୩୨ ରନ୍‌ କରି ଆଉଟ ହୋଇଥିଲେ। କୋହଲି ଏବଂ ହାର୍ଦିକ ପାଣ୍ଡ୍ୟା ଅପରାଜିତ ୩ୟ ଉଇକେଟ ପାଇଁ ୮୯ ରନ୍‌ କରିଥିଲେ। କୋହଲି ୮୦ ଓ ହାର୍ଦିକ ୩୯ ରନ୍‌ କରି ଅପରାଜିତ ଥିଲେ। ଇଂଲଣ୍ଡ ପାଇଁ ଆଦିଲ ରସିଦ ଓ ବେନ ଷ୍ଟୋକ୍ସ ଗୋଟିଏ ଲେଖାଏ ସଫଳତା ପାଇଥିଲେ।

Share