Categories: ଖେଳ

ଟସ୍‌ ଜିତି ଇଂଲଣ୍ଡ ମହିଳା କ୍ରିକେଟର ବୋଲିଂ ନିଷ୍ପତ୍ତି

ଲଣ୍ଡନ,୨୪ା୯: ଶନିବାର ଲଡର୍‌ସଠାରେ ଭାରତ ଓ ଇଂଲଣ୍ଡ ମହିଳା କ୍ରିକେଟ ଦଳ ମଧ୍ୟରେ ତୃତୀୟ ତଥା ଅନ୍ତିମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ମହିଳା ଅଧିନାୟିକା ଆମି ଜୋନ୍ସ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତ ବ୍ୟାଟିଂ କରିବ।

୩ ମ୍ୟାଚ ବିଶିଷ୍ଟ ସିରଜ୍‌ରେ ଭାରତ ୨-୦ରେ ଆଗୁଆ ରହିଛି। ଏହିପ୍ରେକ୍ଷିରେ ଇଂଲଣ୍ଡ ମାଟିରେ ସିରିଜ୍‌ କ୍ଲିନ ସୁଇପ୍‌ ଲକ୍ଷ୍ୟ ରଖିଛି ଟିମ୍‌ ଇଣ୍ଡିଆ। ସିରିଜ୍‌ ଜିତି ଇତିହାସ ସୃଷ୍ଟି କରିବା ସହ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ମହିଳା ଫାଷ୍ଟ ବୋଲର ଝୁଲଣ ଗୋସ୍ବାମୀଙ୍କୁ ଅନ୍ତର୍ଜାତୀୟ କ୍ରିକେଟରୁ ଫେୟାରଓ୍ବେଲକୁ ଅଧିକ ସ୍ମରଣୀୟ କରିବ ଭାରତ।

Share