Categories: ଖେଳ

ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଶତକ ସତ୍ତ୍ୱେ ହାରିଲା ଭାରତ

ନଟିଂହାମ୍‌,୧୦ା୭ : ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଶତକ ସତ୍ତ୍ୱେ ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚରେ ପରାଜିତ ହୋଇଛି ଭାରତ। ୨୧୬ ରନ୍‌ ଲକ୍ଷ୍ୟର ପିଛା କରି ଭାରତ ୯ ଉଇକେଟ ହରାଇ ୧୯୮ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଫଳରେ ଟିମ୍‌ ଇଣ୍ଡିଆ ୧୭ ରନ୍‌ରେ ହାରି ଯାଇଛି। ହେଲେ ଭାରତ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜକୁ ୨-୧ରେ ବିଜୟୀ ହୋଇଛି।

ଦାଓ୍ବିଦ୍‌ ମଲନଙ୍କ ଧୂଆଁଧାର ୭୭ ସହିତ ଲିଆମ ଲିଭିଙ୍ଗଷ୍ଟୋନଙ୍କ ୪୨ ରନ୍‌ ବଳରେ ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୭ ଉଇକେଟ୍‌ ହରାଇ ୨୧୫ ରନ୍‌ କରିଥିଲା। ଜବାବରେ ରୋହିତ ଶର୍ମା(୧୧), ରିଷଭ ପନ୍ତ(୧) ଓ ବିରାଟ କୋହଲି(୧୧) ରନ୍‌ କରିଥିବା ବେଳେ ଭାରତ ୩୧ ରନରେ ୩ ଉଇକେଟ୍‌ ହରାଇଥିଲା। ସୂର୍ଯ୍ୟକୁମାର ଯାଦବ(୧୧୭) ଏବଂ ଶ୍ରେୟାସ ଆୟ୨ାର(୨୮) ଇନିଂସ ସମ୍ଭାଳିବା ସହିତ ୧୧୯ ରନ୍‌ର ଭାଗିଦାରୀ କରିଥିଲେ। ସୂର୍ଯ୍ୟକୁମାର ଧୂଆଁଧାର ବ୍ୟାଟିଂ କରୁଥିବା ବେଳେ ଶେଷ ଭାଗରେ ଅନ୍ୟ ବ୍ୟାଟରଙ୍କ ସହଯୋଗ ମିଳି ନ ଥିଲା। ୫୫ ବଲର ସୂର୍ଯ୍ୟକୁମାରଙ୍କ ଏହି ଇନିଂସରେ ୧୪ଟି ଚୌକା ଓ ୬ଟି ଛକା ସାମିଲ ଥିଲା। ଶେଷ ଆଡକୁ ଦୀନେଶ କାର୍ତ୍ତିକ(୬) ଏବଂ ରବୀନ୍ଦ୍ର ଜାଡେଜା(୭) ନିରାଶ କରିଥିଲେ। ଇଂଲଣ୍ଡ ପକ୍ଷରୁ ରିସି ଟୋପ୍‌ଲେ ସର୍ବାଧିକ ୩ଟି ଉଇକେଟ ନେଇଥିଲେ।

Share