Categories: ଖେଳ

୯୩ ରନରେ ଜିତିଲା ଇଂଲଣ୍ଡ…

କୋଲକାତା,୧୧।୧୦: ପଶ୍ଚିମବଙ୍ଗର କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଉଥିବା ବିଶ୍ୱକପ ୨୦୨୩ର ୪୪ତମ ମ୍ୟାଚରେ ଇଂଲଣ୍ଡ ପାକିସ୍ତାନକୁ ୯୩ ରନରେ ପରାଜିତ କରିଛି। ଇଂଲଣ୍ଡ ଅଧିନାୟକ ଜୋସ ବଟଲର ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ବାବର ଆଜମଙ୍କ ନେତୃତ୍ୱରେ ଟିମ୍‌ ପାକିସ୍ତାନ ବୋଲିଂ ଆରମ୍ଭ କରିଥିଲା।

ଇଂଲଣ୍ଡ ୫୦ ଓଭରରେ ୯ ଓ୍ବିକେଟ ହରାଇ ୩୩୭ ରନ କରିଥିଲା। ଫଳରେ ପାକିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୩୩୮ରନ ରହିଥିଲା।
ପାକିସ୍ତାନ ୪୩.୩ ଓଭରରେ ୧୦ ଓ୍ବିକେଟ ହରାଇ ୨୪୪ ରନ କରିଥିଲା।

Share