Posted inଖେଳ

ଓଭାଲ ଟେଷ୍ଟ ଜିତିଲା ଇଂଲଣ୍ଡ

ଲଣ୍ଡନ, ୧ା୮: କେନିଙ୍ଗଟନ୍‌ ଓଭାଲରେ ଅନୁଷ୍ଠିତ ପଞ୍ଚମ ଆଶେସ ଟେଷ୍ଟକୁ ଜିତି ନେଇଛି ଇଂଲଣ୍ଡ। କ୍ରିସ୍‌ ଓକ୍ସ ଓ ମୋଇନ୍‌ ଅଲୀଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆକୁ ୪୯ ରନ୍‌ରେ ପରାସ୍ତ କରିଛି ଇଂଲଣ୍ଡ। ଅନ୍ତିମ ଦିବସରେ ୨୪୯ ରନ୍‌ ଆବଶ୍ୟକ ରହିଥିବା ବେଳେ ଷ୍ଟିଭେନ୍‌ ସ୍ମିଥ୍‌ ଓ ଟ୍ରାଭିସ୍‌ ହେଡ ଲଢୁଆ ବ୍ୟାଟିଂ କରି ଆଶା ସଞ୍ଚାର କରିଥିଲେ। ବର୍ଷା ବାଧାପ୍ରାପ୍ତ ଅନ୍ତିମ ଦିନରେ କ୍ରିସ୍‌ ଓକ୍ସ ଓ ମୋଇନ୍‌ ଅଲୀ ଘାତକ ବୋଲିଂ କରି ଅଷ୍ଟ୍ରେଲିଆ ହାତରୁ ବିଜୟ ଛଡାଇ ନେଇଥିଲେ। ୩୮୪ ରନ୍‌ର ପିଛା କରୁଥିବା ଅଷ୍ଟ୍ରେଲିଆ ସମସ୍ତ ଉଇକେଟ ହରାଇ ୩୩୪ ରନ କରିବାରେ ସମର୍ଥ ହୋଇଥିଲା।
ଚତୁର୍ଥ ଦିନର ଅସମାପ୍ତ ସ୍କୋର ୧୩୫/୦ରୁ ଖେଳ ଆରମ୍ଭ କରିଥିଲା ଅଷ୍ଟ୍ରେଲିଆ। ଅନ୍ତିମ ଦିନର ପ୍ରଥମ ସ୍ପେଲରେ କ୍ରିସ୍‌ ଓକ୍ସ ଦୁଇ ଓଭର ମଧ୍ୟରେ ଦୁଇ ଓପନରଙ୍କୁ ଆଉଟ କରିଥିଲେ। ଡେଭିଡ୍‌ ଓ୍ବାର୍ନର ପୂର୍ବ ଦିନର ସ୍କୋରରେ ୨ ରନ୍‌ ଯୋଡି ଓକ୍ସଙ୍କ ପ୍ରଥମ ଶିକାର ହୋଇଥିଲେ। ଏହାର ୧ ରନ୍‌ ପରେ ଉସ୍‌ମାନ ଖ୍ବାଜାଙ୍କୁ ନିଜର ଦ୍ୱିତୀୟ ଶିକାର ବନାଇଥିଲେ ଓକ୍ସ। ଦଳୀୟ ସ୍କୋର ୧୬୯ରେ ବ୍ୟକ୍ତିଗତ ୧୩ ରନ୍‌ କରି ମାର୍ନସ ଲାବୁଶେନ୍‌ ଆଉଟ ହୋଇଥିଲେ। ଲାବୁଶେନ୍‌ଙ୍କୁ ଆଉଟ କରି ମାର୍କ ଉଡ୍‌ ଇଂଲଣ୍ଡ ଶିବିରରେ ଆଶା ସଞ୍ଚାର କରିଥିଲେ। ତେବେ ଚତୁର୍ଥ ଉଇକେଟରେ ୯୫ ରନ୍‌ ଯୋଡିଥିଲେ ଷ୍ଟିଭେନ୍‌ ସ୍ମିଥ୍‌(୫୪) ଓ ଟ୍ରାଭିସ୍‌ ହେଡ୍‌(୪୩)। ଉଭୟ ୨୩ ଓଭର ଧରି ବ୍ୟାଟିଂ କରି ଇଂଲଣ୍ଡ ବୋଲରଙ୍କ ମୁକାବିଲା କରିଥିଲେ। ଚା ପାନ ବିରତି ପୂର୍ବରୁ ବର୍ଷା ହେବା କାରଣରୁ ଖେଳ ବନ୍ଦ ରହିଥିଲା। ଚା ପାନ ବିରତିରୁ ଫେରିବା ପରେ ସ୍ମିଥ୍‌ ଓ ହେଡ୍‌ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବାକୁ ପ୍ରୟାସ କରିଥିଲେ। ଚା ପାନ ବିରତି ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ନିୟନ୍ତ୍ରଣରେ ମ୍ୟାଚ ରହିଥିବା ବେଳେ ଇଂଲଣ୍ଡ ପକ୍ଷରୁ ମୋଇନ୍‌ ଅଲୀ ଓ କ୍ରିସ୍‌ ଓକ୍ସ ଘାତକ ବୋଲିଂ କରି ମ୍ୟାଚ ଛଡାଇ ଆଣିଥିଲେ। ହେଡ୍‌ ୪୩ ରନ୍‌ କରିଥିବା ବେଳେ ମୋଇନ୍‌ ଅଲୀଙ୍କ ବଲରେ ଆଉଟ ହୋଇଥିଲେ। ଏହାର ୯ ବଲ୍‌ ପରେ ୫୪ ରନ୍‌ କରିଥିବା ସ୍ମିଥ୍‌ ପ୍ୟାଭିଲିୟନ୍‌ ଫେରିଥିଲେ। ସ୍ମିଥ୍‌ ଆଉଟ ହେବା ପରେ ପରବର୍ତ୍ତୀ ଦୁଇ ଓଭରରେ ମିଚେଲ ମାର୍ଶ(୬) ଓ ମିଚେଲ୍‌ ଷ୍ଟାର୍କ(୦) ଆଉଟ ହୋଇ ଅଷ୍ଟ୍ରେଲିଆକୁ ସଙ୍କଟରେ ପକାଇଥିଲେ। ଆଲେକ୍ସ କେରୀ(୨୮), ପ୍ୟାଟ କୁମିନ୍ସ(୯) ଓ ଟଡ ମର୍ଫି (୧୮) କିଛି ସମୟ ଧରି ସଂଘର୍ଷ କରିଥିଲେ। ଅନ୍ତିମ ଟେଷ୍ଟ ଖେଳୁଥିବା ଷ୍ଟୁଆର୍ଟ ବ୍ରଡ ଶେଷ ଦୁଇ ଉଇକେଟ ଅକ୍ତିଆର କରିଥିଲେ। ଇଂଲଣ୍ଡ ପକ୍ଷରୁ କ୍ରିସ୍‌ ଓକ୍ସ ୪ ଓ ମୋଇନ୍‌ ଅଲୀ ୩ ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଷ୍ଟୁଆର୍ଟ ବ୍ରଡ ୨ ଓ ମାର୍କ ଉଡ୍‌ ୧ ଉଇକେଟ ନେଇଥିଲେ। କ୍ରିସ୍‌ ଓକ୍ସଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍‌ ଷ୍ଟାର୍କ ଓ ଇଂଲଣ୍ଡ ପକ୍ଷରୁ ଓକ୍ସଙ୍କୁ ପ୍ଲେୟର ଅଫ୍‌ ଦ ସିରିଜ୍‌ ଘୋଷଣା କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ପ୍ରଥମ ଇନିଂସ: ୨୮୩। ଅଷ୍ଟ୍ରେଲିଆ ପ୍ରଥମ ଇନିଂସ: ୨୯୫। ଇଂଲଣ୍ଡ ଦ୍ୱିତୀୟ ଇନିଂସ: ୩୯୫। ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ ୯୪.୪ ଓଭରରେ ୩୩୪/୧୦ (ଡେଭିଡ ଓ୍ବାର୍ନର-୬୦, ଉସମାନ ଖ୍ବାଜା-୭୨,ଷ୍ଟିଭ୍‌ ସ୍ମିଥ୍‌-୫୪ କ୍ରିସ୍‌ ଓକ୍ସ-୪/୫୦, ମୋଇନ୍‌ ଅଲୀ-୩/୭୬, ଷ୍ଟୁଆର୍ଟ ବ୍ରଡ୍‌-୨/୬୨, ମାର୍କ ଉଡ୍‌-୧/୩୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri