ଓଭାଲ,୨।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଓଭାଲରେ ଆରମ୍ଭ ହୋଇଛି। ଏହି ଟେଷ୍ଟରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। ଏହି ମ୍ୟାଚ୍ରେ ଉଭୟ ଦଳରେ ୨ଟି ପରିବର୍ତ୍ତନ କରାଯାଇଛି। ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜ ଏବେ ୧-୧ରେ ବରାବର ଅଛି। ଏଭଳି ପରିସ୍ଥିତିରେ ଏହି ମ୍ୟାଚ ଜିତୁଥିବା ଦଳ ସିରିଜରେ ଅଗ୍ରଣୀ ନେବ। ଦଳ ଭାରତ ଦ୍ୱିତୀୟ ଟେଷ୍ଟ ଜିତିଥିବା ବେଳେ ଇଂଲଣ୍ଡ ତୃତୀୟ ଟେଷ୍ଟରେ ଜିତିଛି। ପ୍ରଥମ ଟେଷ୍ଟ ଡ୍ର ଥିଲା।
ଇଂଲଣ୍ଡ ଦଳ: ରୋରୀ ବର୍ନସ, ହାସିବ ହମିଦ, ଡେଭିଡ ମାଲାନ, ଜୋ ରୁଟ (ଅଧିନାୟକ), ଓଲି ପୋପ, ଜନି ବେୟାରଷ୍ଟୋ (ଉଇକେଟ୍ ରକ୍ଷକ), ମୋଇନ ଅଲି, କ୍ରିସ ୱୁକସ, କ୍ରେଗ ଓଭରଟନ, ଓଲି ରବିନସନ, ଜେମ୍ସ ଆଣ୍ଡରସନ।
ଭାରତୀୟ ଦଳ: ରୋହିତ ଶର୍ମା, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କେ ରାହାନେ, ରିଷଭ ପନ୍ତ (ୱିକେଟ କିପର), ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ଉମେଶ ଯାଦବ, ଜସପ୍ରୀତ ବୁମରା ଏବଂ ମହମ୍ମଦ ସିରାଜ।