Categories: ଖେଳ

ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ଟସ୍‌ ଜିତିଲା ଇଂଲଣ୍ଡ

ଲର୍ଡସ,୧୨।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆଜିଠାରୁ ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ବର୍ଷା ଯୋଗୁ ବିଳମ୍ବରେ ଟସ୍‌ ହୋଇଛି। ଇଂଲଣ୍ଡ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଭାରତୀୟ ଦଳ ଗୋଟିଏ ଏବଂ ଇଂଲଣ୍ଡ ୩ଟି ପରିବର୍ତ୍ତନ ହୋଇଛି। ଏହି ୫ ମ୍ୟାଚ ବିଶିଷ୍ଟ ସିରିଜରେ ଉଭୟ ଦଳ ଅଗ୍ରଣୀ ହେବା ଉପରେ ନଜର ରଖିଛନ୍ତି। ବର୍ଷା ଏବଂ ଖରାପ ପାଗ ଯୋଗୁ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ଡ୍ର’ରେ ଶେଷ ହୋଇଥିଲା। ଇଂଲଣ୍ଡର କିମ୍ବଦନ୍ତୀ ବୋଲର ଷ୍ଟୁଆର୍ଟ ବ୍ରଡ ଏହି ସିରିଜରୁ ବାଦ ପଡିଥିବାବେଳେ ଭାରତୀୟ ପେସର ଶାର୍ଦ୍ଦୁଲ ଠାକୁର ଦ୍ୱିତୀୟ ଟେଷ୍ଟରୁ ଆହତ ଯୋଗୁ ବାଦ୍‌ ପଡିଛନ୍ତି।

Share