Categories: ଖେଳ

ଗାଭାସ୍କରଙ୍କୁ ବଡ ସମ୍ମାନ, ପ୍ରଥମଥର ଭାରତୀୟ ଖେଳାଳିଙ୍କ ନାମରେ ଇଂଲଣ୍ଡରେ ଷ୍ଟାଡିୟମ

ଲଣ୍ଡନ,୨୩ ।୭: ଇଂଲଣ୍ଡରେ ଭାରତୀୟ କ୍ରିକେଟକୁ ଏକ ବଡ ସମ୍ମାନ ମିଳିଛି । ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ତଥା ମହାନ ବ୍ୟାଟ୍ସ ମ୍ୟାନ ସୁନିଲ ଗାଭାସ୍କରଙ୍କ ନାମରେ ଇଂଲଣ୍ଡର ଏକ ଷ୍ଟାଡିୟମର ନାମକରଣ କରାଯିବ ଲିସେଷ୍ଟର କ୍ରିକେଟ ଗ୍ରାଉଣ୍ଡର ନାମ ଶନିବାର(୨୩ ଜୁଲାଇ)କୁ ବଦଳାଇ ଦିଆଯିବ । ଏହା ପ୍ରଥମଥର ହେବାକୁ ଯାଉଛି ଇଂଲଣ୍ଡରେ ଏକ ଷ୍ଟାଡିୟମର ନାମ ଭାରତୀୟ କ୍ରିକେଟରଙ୍କ ନାମରେ ନାମିତ କରାଯାଉଛି ।
ଆମେରିକାର କୈଂଟକିରେ ଏକ ପଡିଆର ନାମ ‘ସୁନିଲ ଗାଭାସ୍କର ଫିଲ୍ଡ’ ରହିଛି । ସେହିପରି ତାଞ୍ଜାନିଆର ଜାଂସିବରରେ ‘ସୁନିଲ ଗାଭାସ୍କର କ୍ରିକେଟ ଷ୍ଟାଡିୟମ’ ନିର୍ମାଣ ଚାଲିଛି । ଏବେ ଇଂଲଣ୍ଡରେ ଗାଭାସ୍କରଙ୍କୁ ଏହି ସମ୍ମାନ ମିଳିଛି । ଲିସେଷ୍ଟର କ୍ରିକେଟ ଗ୍ରାଉଣ୍ଡର ନାମ ବଦଳିବାକୁ ନେଇ ଭାରତୀୟ ମୂଳ ବାସିନ୍ଦା ତଥା ସାଂସଦ ଥିବା କିଥ ବାଜ ପ୍ରଥମେ ଆରମ୍ଭ କରିଥିଲେ । ସେ ବହୁଦିନ ଧରି ଲିସେଷ୍ଟରର ପ୍ରତିନିଧିତ୍ୱ କରିଥିଲେ ।
ଏହି ସମ୍ମାନକୁ ନେଇ ଗାଭାସ୍କର କହିଛନ୍ତି ମୁଁ ଖୁବ୍ ଖୁସି ଓ ସମ୍ମାନୀତ ବୋଧ କରୁଛି । କାରଣ ଲିସେଷ୍ଟରରେ ଏକ ଷ୍ଟାଡିୟମର ନାମ ମୋ ନାମରେ ନାମିତ କରାଯାଉଛି । ଲିସେଷ୍ଟରରେ କ୍ରିକେଟକୁ ବହୁତ ବଡ ସମର୍ଥନ ରହିଛି । ଏହା ବାସ୍ତବରେ ମୋ ପାଇଁ ଏକ ବଡ ସମ୍ମାନ । ଏପଟେ କିଥ ବାଜ କହିଛନ୍ତି, ସେ ବି ଏବେ ସମ୍ମାନୀତ ଓ ରୋମାଞ୍ଚିତ ଅନୁଭବ କରୁଛନ୍ତି । ଗାଭାସ୍କର ବିଶ୍ୱର ମହାନ କ୍ରିକେଟରଙ୍କ ମଧ୍ୟରୁ ଜଣେ । ସେ କେବଳ ଲିଟଲ ମାଷ୍ଟର ନୁହେଁ ବରଂ ଏହି ଖେଳର ଗ୍ରେଟ ମାଷ୍ଟର ।

Share