ଭୁବନେଶ୍ୱର,୨୮।୧୦(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୬ ତାରିଖରେ ସର୍ବଦଳୀୟ ବୈଠକ ବସିବ। ଏ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବୁଧବାର ସମସ୍ତ ରାଜନୈତିକ ଦଳଗୁଡ଼ିକୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି। ଜିଲ୍ଲା ପରିଷଦଗୁଡ଼ିକର କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ସୁଦ୍ଧା ଶେଷ ହେବ। ନିୟମାନୁସାରେ ୫ ବର୍ଷର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସାଧାରଣ ର୍ନିବାଚନ ହେବା ଆବଶ୍ୟକ।
ତ୍ରୁଟିଶୂନ୍ୟ ଭୋଟର୍ ତାଲିକା ପ୍ରସ୍ତୁତି ନିମନ୍ତେ ରାଜ୍ୟ ର୍ନିବାଚନ କମିଶନ ସମସ୍ତ ରାଜନୈତିକ ଦଳମାନଙ୍କର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ସର୍ବଦଳୀୟ ବୈଠକରେ ରାଜନୈତିକ ଦଳମାନଙ୍କର ସଭାପତି, ସମ୍ପାଦକ କିମ୍ବା ଦଳ ତରଫରୁ ପ୍ରାଧିକୃତ ପ୍ରତିନିଧିମାନେ ଯୋଗ ଦେଇପାରିବେ। କରୋନା କଟକଣା କାରଣରୁ ପ୍ରତ୍ୟେକ ରାଜନୈତିକ ଦଳରୁ ଜଣେ କିମ୍ବା ୨ ଜଣ ପ୍ରତିନିଧି ବୈଠକରେ ଯୋଗଦେବାକୁ କମିଶନଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।