ଇଂଲିଶ ପ୍ରଫେସରଙ୍କୁ ଆକ୍ରମଣ କଲେ ସ୍ତ୍ରୀ

ଗୋପାଳପୁର,୨୧।୮(ଡି.ଏନ୍‌.ଏ.): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପିଜି କାଉନସିଲ କାର୍ଯ୍ୟାଳୟ ପରିସରରେ କବାଟ କିଳି ଇଂଲିଶ ବିଭାଗ ଆସୋସିଏଟ୍‌ ପ୍ରଫେସରଙ୍କୁ ତାଙ୍କ ସ୍ତ୍ରୀ ଶନିବାର କୌଣସି କାରଣକୁ ନେଇ ପିଟିଥିବାର ଏକ ଭିଡିଓ ଭାଇରାଲ ହୋଇଛି। ଘଟଣାସ୍ଥଳରେ ଉପସ୍ଥିତ ଅଧ୍ୟାପିକା ଓ ଅଧ୍ୟାପକଙ୍କ ସହ ଅନ୍ୟକର୍ମଚାରୀମାନେ ଉଭୟଙ୍କୁ କବାଟ ଖୋଲିବାକୁ କହିଥିଲେ ମଧ୍ୟ ସେମାନେ ଖୋଲି ନ ଥିଲେ। ପରେ କବାଟ ଖୋଲିବାରୁ ପ୍ରଫେସରଙ୍କୁ ତାଙ୍କ ସ୍ତ୍ରୀ ପିଟୁଥିବା ଦେଖିବାକୁ ମିଳିଥିଲା। ଏହାର କାରଣ ଜଣାପଡ଼ିନଥିବା ବେଳେ ଗୋପାଳପୁର ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାଯାଇଛି।

Share