Categories: ବାଣିଜ୍ୟ

ବଜାରରେ ଏନିଗ୍‌ମାର ନୂତନ ମଡେଲ

ନୂଆଦିଲ୍ଲୀ,୨୭।୫: ଦେଶର ପ୍ରମୁଖ ବୈଦ୍ୟୁତିକ ଯାନ ଇଲେକ୍ଟ୍ରି ଭେହକିଲ(ଇଭି) ନିର୍ମାତା ଏନିଗ୍‌ମା ଅଟୋମୋବାଇଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କ୍ରିଙ୍କ୍‌ (ଟ୍ରେଡ୍‌ମାର୍କଡ୍‌) ଓ ଜିଟି ୪୫୦ (ଟ୍ରେଡ୍‌ମାର୍କଡ୍‌) ସିରିଜ୍‌ର ହାଇସ୍ପିଡ୍‌ ଭାରିଆଣ୍ଟର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏନିଗ୍‌ମାର ନ୍ୟୁ କ୍ରିଙ୍କ୍‌ ଭି୧ ଓ ଜିଟି ୪୫୦ ପ୍ରୋର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଥିବା ଜଣାପଡ଼ିଛି।
ଏ ସମ୍ପର୍କରେ ଏନିଗ୍‌ମାର ପରିଚାଳନା ନିର୍ଦ୍ଦେଶକ ଅନ୍‌ମୋଲ ବୋହରେ କହିଛନ୍ତି, କ୍ରିଙ୍କ୍‌ ଭି୧ ଓ ଜିଟି୪୫୦ ପ୍ରୋର ଉନ୍ମୋଚନକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି କ୍ରିଙ୍କ୍‌ ଭି୧ରେ ରେଟ୍ରୋ ଷ୍ଟାଇଲିଂ ରହିଥିବା ବେଳେ ଜିଟି ୪୫୦ ପ୍ରୋ ଫ୍ୟୁଚରିଷ୍ଟିକ୍‌ ଡିଜାଇନକୁ ପ୍ରଦର୍ଶିତ କରୁଛି। ସେହିଭଳି କ୍ରିଙ୍କ୍‌ ଭି୧ରେ ୨୧୦କେଜିର ଲୋଡିଂ ରେଞ୍ଜ, ଫ୍ରଣ୍ଟ ଡିସ୍କ, ରିୟର ଡିସ୍କ ବ୍ରେକିଂ ସିଷ୍ଟମ, ୭୨ଭିରେ ୩୬ ଏଏଚ୍‌ ପର୍ଯ୍ୟନ୍ତ ବ୍ୟାଟେରି କ୍ଷମତା, ୧୦ଏଏମ୍‌ପି ଚାର୍ଜରରେ ୩.୫ ଘଣ୍ଟାର ଚାର୍ଜିଂ ସମୟ ସହ ୧୪୦କି.ମି. ପର୍ଯ୍ୟନ୍ତ ଡ୍ରାଇଭିଂ ରେଞ୍ଜ, ୭୦ କି.ମି. ପ୍ରତି ଘଣ୍ଟାର ଟପ୍‌ ସ୍ପିଡ୍‌ ରହିଛି। ସେହିପରି ଉଭୟ ବାଇକ୍‌ ଗ୍ରେ, ଗୋଲ୍ଡ, ହ୍ବାଇଟ୍‌, ସିଲ୍‌ଭର, ବ୍ଲୁ ଓ ମ୍ୟାଟ୍‌ ବ୍ଲାକ୍‌ କଲର ରେଞ୍ଜରେ ଉପଲବ୍ଧ।

Share