ପହିଲି ରଜରେ ପିଠାପଣା ଖାଇଲେ, ନେଲେ ଦୋଳିର ମଜା

କେନ୍ଦୁଝର,୧୪ା୬(ନରେଶ ପଟ୍ଟନାୟକ): ବାଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଟିଠାରେ ରଜ ଉତ୍ସବ ଧୂମ୍‌ଧାମରେ ପାଳିତ ହୋଇଯାଇଛି। ସ୍ଥାନୀୟ ଆମ୍ବ ତୋଟାରେ ବିଭିନ୍ନ ପ୍ରକାର ଦୋଳି ଲାଗିଛି। ସ୍ଥାନୀୟ ଯୁବତୀ, ଯୁବକ ତଥା ବୟସ୍କମାନେ ଏକାଠି ହୋଇ ଦୋଳି ଖେଳିବା ସହ ମଜା କରିଛନ୍ତି। କାଠରେ ପ୍ରସ୍ତୁତ କାଠ ପଟା, ଚକ୍ର ଦୋଳି, ଖାଇ ଦୋଳି, କଟକି ଦୋଳି ଆଦି ଲଗାଯାଇଛି। ବିଶେଷକରି ଯୁବତୀମାନେ ପିଠାପଣା ଖାଇ ବିଭିନ୍ନ ପ୍ରକାର ନୂଆବସ୍ତ୍ର ପିନ୍ଧି ଦୋଳି ଖେଳି ପ୍ରଥମ ଦିନ କଟାଇଛନ୍ତି। ରାତି ପର୍ଯ୍ୟନ୍ତ ଦୋଳି ଖେଳି କଟାଇଛନ୍ତି। ରଜ ଦୋଳି ଗୀତ, ଡିଜେ ଗୀତ ବାଦ୍ୟରେ ଉକ୍ତ ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି। ଆଖପାଖ ଅଞ୍ଚଳର ଲୋକେ ବୁଲି ଦେଖିବାକୁ ଆସିଥିବା ବେଳେ ଏହା ତିନି ଦିନ ବ୍ୟାପୀ ଚାଲିବ ବୋଲି ଆୟୋଜକଙ୍କ ଠାରୁ ପ୍ରକାଶ।