Categories: ଫୁରସତ

ଏହି କାରଣରୁ ଆଜି ବି ଲାଗିରହିଛି ଉତ୍ତର କୋରିଆ-ଦକ୍ଷିଣ କୋରିଆ ମଧ୍ୟରେ ତିକ୍ତତା

ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ବିଷୟରେ ଆପଣ ଶୁଣିଥିବେ ନିଶ୍ଚିତ। ମାତ୍ର ଜାଣିଛନ୍ତି କି, ଏହି ଦେଶ ପୂର୍ବରୁ ଗୋଟିଏ ଦେଶ ଥିଲା। ଯେମିତି ଭାରତ ଏବଂ ପାକିସ୍ତାନ ବିଭାଜିତ ବିଭାଜିତ ହୋଇ ଦୁଇଟି ଦେଶ ହୋଇଛନ୍ତgି। ଠିକ୍‌ ସେମିତି ,ଏହି ଦୁଇ ଦେଶ ବିଭାଜନ ହେଲା। ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ନାମରେ ଦୁଇ ଦେଶ ସୃଷ୍ଟି ହେଲା। ତେବେ ସବୁଠୁ ବଡ଼ କଥା ହେଲା ଏହି ଦୁଇ ଦେଶ ମଧ୍ୟରେ ସବୁବେଳେ ତିକ୍ତତା ଲାଗି ରହିଥାଏ। ଜାଣନ୍ତୁ ଏହାର କାରଣ ସମ୍ପର୍କରେ…

ଏହି ଦୁଇ ଦେଶ ଜଣେ ଜଣଙ୍କର ଶତ୍ରୁ। ୧୯୧୦ରେ କୋରିଆକୁ ଜାପାନ କବ୍‌ଜା କରି ନେଇଥିଲା। ଅଗଷ୍ଟ ୧୯୪୫ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ପର୍ଯ୍ୟନ୍ତ ନିଜ ନିକଟରେ ରଖିଥିଲା। ୧୯୪୮ ପର୍ଯ୍ୟନ୍ତ ଏହା ସଂଯୁକ୍ତ ହୋଇଥିଲା। ଯେତେବେଳେ ଜାପାନ ଯୁଦ୍ଧ କଲା ଏହା ପରେ ସୋଭିଏତ୍‌ ସଂଘର ସେନା କୋରିଆର ଉତ୍ତର ଭାଗକୁ ନିଜ ଅଧୀନକୁ ନେଇଗଲା। ସେତେବେଳେ ଦକ୍ଷିଣ ଭାଗକୁ ଆମେରିକା ନିଜ କବ୍‌ଜାରେ ରଖିଲା। ଏଥିରୁ ସୃଷ୍ଟି ହେଲା ଦୁଇ ଭାଗ। ଲୋକତନ୍ତ୍ରକୁ ନେଇ ଆରମ୍ଭ ହେଲା ସଂଘର୍ଷ। ୧୯୫୦ରେ ଯୁଦ୍ଧ ଆରମ୍ଭ ହେଲା। ଆମେରିକା ସହିତ ଅନ୍ୟ ୧୫ଟି ଦେଶ ଦକ୍ଷିଣ କୋରିଆ ଆସିଲେ। ସେହିପରି ଉତ୍ତର କୋରିଆ ସହିତ ଋଷିଆ ଏବଂ ଚାଇନା ସେନା ସାମିଲ ଥିଲେ। ପ୍ରାୟ ୩ ବର୍ଷ ପର୍ଯ୍ୟନ୍ତ ଯୁଦ୍ଧ ହୋଇଥିଲା। ୧୯୫୩ରେ ଏହି ଯୁଦ୍ଧର ପରିସମାପ୍ତି ଘଟିଥିଲା। ଯାହା ଫଳରେ ଦୁଇ ସ୍ବତନ୍ତ୍ର ରାଷ୍ଟ୍ରରେ ପରିଣତ ହୋଇ ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ଭାବେ ପରିଚିତି ଲାଭ କଲେ।ବର୍ତ୍ତମାନ ଉଭୟ ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ଅଲଗା ଅଲଗା ସ୍ବାଧୀନ ରାଷ୍ଟ୍ର। ମାତ୍ର ବିଭାଜନ ପରଠାରୁ ତିକ୍ତତା ଲାଗିରହିଛି।

କୁହାଯାଏ, ୧୯୬୮ ମସିହାରେ ଦକ୍ଷିଣ କୋରିଆର ରାଷ୍ଟ୍ରପତିଙ୍କୁ ଉତ୍ତର କୋରିଆ ହତ୍ୟା କରିବାକୁ ଚେଷ୍ଟା କରିଥିଲା। ସେହିଦିନଠାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିବାକୁ ଲାଗିଲା। ଏହା ପରେ ୧୯୮୩ରେ ମିଆଁମାରରେ ଏକ ବୋମା ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ଦକ୍ଷିଣ କୋରିଆର ୧୭ ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ଉତ୍ତର କୋରିଆ ଦକ୍ଷିଣ କୋରିଆ ବିମାନ ଉପରେ ବୋମା ମାଡ଼ କରିଥିବା ଅଭିଯୋଗ ହୋଇଥିଲା। ସେହିଦିନଠାରୁ ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତା ଶତ୍ରୁ ଭାବେ ଉଭା ହୋଇଛି।

Share