ନାମଲେଖା ହେଲାଣି,ଘର କାମ ସରୁନି

ବାଲେଶ୍ୱର,୮।୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ସଦର ବ୍ଲକ ଅଧୀନ ହିଞ୍ଜଳା ଗ୍ରାମରେ ଆଦର୍ଶ ବିଦ୍ୟାଳୟ ନିର୍ମାଣରେ ବିଳମ୍ବ ଯୋଗୁ ଅସନ୍ତୋଷ ପ୍ରକାଶ ପାଇଛି। ଚଳିତ ବର୍ଷ ବିଦ୍ୟାଳୟରେ ପାଠପଢ଼ା ପାଇଁ ନାମ ଲେଖା ଆରମ୍ଭ ହୋଇଛି। ମାତ୍ର କାର୍ଯ୍ୟ ଶେଷ ହେବା ଅବଧିର ୪ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ବିଦ୍ୟାଳୟ ଗୃହ ଛାତ ପଡ଼ିପାରି ନାହିଁ।
ଅନୁଯାୟୀ, ଏହି ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗକୁ ଦ୍ୱାୟିତ୍ୱ ପ୍ରଦାନ କରାଯାଇଥିଲା। ଏଥି ପାଇଁ ସମସ୍ତ ଅଫିସିଆଲ କାର୍ଯ୍ୟ ଶେଷ ହେବା ପରେ ଠିକାଦାର ଭାବେ ଏଲ.ପି. ଆସୋସିଏଟ୍‌କୁ କାର୍ଯ୍ୟାଦେଶ ଦିଆଯାଇଥିଲା। ୨୦୨୨ ନଭେମ୍ବର ୨୬ରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ପ୍ରକଳ୍ପର ବ୍ୟୟ ଅଟକଳ ୭ କୋଟି ୯୪ ଲକ୍ଷ ୬୭ ହଜାର ଟଙ୍କା ଥିବା ବେଳେ ୨ ବର୍ଷ ଭିତରେ କାର୍ଯ୍ୟ ଶେଷ କରିବା ଲାଗି ସମୟସୀମା ଧାର୍ଯ୍ୟ କରାଯାଇଥିଲା।
ଅଭିଯୋଗ ଅନୁଯାୟୀ, ଠିକାଦାର ଏହି ବିଦ୍ୟାଳୟ କାର୍ଯ୍ୟକୁ ଠିକ୍‌ ଭାବରେ କରୁ ନାହଁାନ୍ତି। ନିମ୍ନମାନର ପଥର, ବାଲି, ମୁଣ୍ଡା ସିମେଣ୍ଟ ଓ କଳଙ୍କି ଲାଗି ଯାଇଥିବା ରଡ୍‌ ଘର ତିଆରି କାର୍ଯ୍ୟରେ ବ୍ୟବହାର କରାଯାଉଛି। ବିଭାଗୀୟ ଯନ୍ତ୍ରୀ କିମ୍ବା ସହକାରୀ ଯନ୍ତ୍ରୀ କେହିବି ତଦାରଖ କରୁ ନାହଁାନ୍ତି। ଏପରିକି ସ୍ଥାନୀୟ ଲୋକେ ଅଭିଯୋଗ କଲେ ଗୁଣ୍ଡା ଶ୍ରେଣୀୟ ଲୋକମାନଙ୍କ ଦ୍ୱାରା ଧମକ ଚମକ ଦିଆଯାଉଛି।
ବିଦ୍ୟାଳୟ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ପ୍ରଦୀପ କୁମାର ସାହୁ କୁହନ୍ତି, ସ୍ଥିରିକୃତ ଜମିରେ ଅସୁବିଧା ଥିବା କାରଣରୁ ବିଦ୍ୟାଳୟଟି ପଞ୍ଚାୟତ ବାହାରକୁ ପଳାଇବାକୁ ଯାଉଥିଲା। ଏଥିପାଇଁ ଗ୍ରାମବାସୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟରୁ ଡିଗ୍ରୀ ପାଇବା ପରେ ହିଞ୍ଜଳା ଗ୍ରାମ ପଡ଼ିଆରେ ହେବାକୁ ସ୍ଥିର ହେଲା। ୨୦୨୨ ନଭେମ୍ବର ୨୬ରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲେ ମଧ୍ୟ ଏ ଯାବତ ଛାତ ପଡ଼ି ନାହିଁ। ଅବିଳମ୍ବେ କାର୍ଯ୍ୟ ଶେଷ ନ କରାଗଲେ କମିଟି ପକ୍ଷରୁ ହାଇକୋର୍ଟର ଆଶ୍ରୟ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳର ରାଜମିସ୍ତ୍ରି ଚୈତନ୍ୟ ସାହୁ କୁହନ୍ତି, ଘର କାମରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଛି। ଛାତ ପକାଇବା ପାଇଁ ବିଛା ହୋଇଥିବା ରଡ୍‌ରେ ମଧ୍ୟ କଳଙ୍କି ଲାଗିଛି। ଲାଗିଥିବା ରିଙ୍ଗ୍‌ଗୁଡ଼ିକ ବଡ଼ ବଡ଼ କରି ପୁଣି ବଙ୍କା କରି ବ୍ୟବହାର ହୋଇଛି। ଏପରି ନିମ୍ନମାନର କାର୍ଯ୍ୟ ହେଲେ ବିଦ୍ୟାଳୟ ଗୃହ ଅଳ୍ପ ଦିନରେ ନଷ୍ଟ ହୋଇଯିବ ବୋଲି ସେ କହିଛନ୍ତି। ଦାୟିତ୍ୱରେ ଥିବା ବାଲେଶ୍ୱର ପୂର୍ତ୍ତ ବିଭାଗ ଡିଭିଜନ-୨ର ଅଧୀକ୍ଷଣ ଯନ୍ତ୍ରୀ ଇଂ.ପିନାକି ପ୍ରସାଦ ସ୍ବାଇଁଙ୍କୁ ପଚାରିବାରୁ ଉକ୍ତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସମୟସୀମା ଶେଷ ହେବା ପରେ ଠିକାଦାରଙ୍କୁ ବାରମ୍ବାର ନୋଟିସ୍‌ ଦିଆଯାଇଥିଲା। ପରେ କିଛିଦିନ ଭିତରେ କାର୍ଯ୍ୟ ଶେଷ କରିବା ପାଇଁ ଚୁକ୍ତି କରିଥିଲା। ତାହାର ମଧ୍ୟ ସମୟ ଶେଷ ହୋଇଯାଇଛି। ନିମ୍ନମାନର କାର୍ଯ୍ୟ ଉପରେ ଧ୍ୟାନ ଦିଆଯିବ। ଛାତ ପାଇଁ ବନ୍ଧାଯାଇଥିବା ରଡ୍‌କୁ ଭଲ ଭାବରେ ତଦାରଖ କରି ଖୁବ୍‌ ଶୀଘ୍ର କାର୍ଯ୍ୟ ଶେଷ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ୧୫ ଦିନ ବିତିଲା, ସମିତିସଭ୍ୟ-ସରପଞ୍ଚଙ୍କୁ ଭୟଭୀତ ପାଇଁ କୂଟଚକ୍ରାନ୍ତ

କେସିଙ୍ଗା,୧୮ା୧୦: କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପାଧ୍ୟକ୍ଷା ରାଜଲଷ୍ମୀ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜକୁ ୧୫ଦିନ ବିତି ଗଲାଣି। ପ୍ରଶାସନିକସ୍ତରରେ ନୋଟିସ୍‌...

ସିମନବାଡ଼ି ଅଞ୍ଚଳରେ ବଢୁଛି ଦେଶୀ-ବିଦେଶୀ ମଦ ବିକ୍ରି, ଅବକାରୀ ବିଭାଗର ନିଦ ଭାଙ୍ଗୁନି

ଦାରିଙ୍ଗବାଡ଼ି,୧୮ା୧୦(ଅରୁଣ ସାହୁ) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଅଞ୍ଚଳରେ ଚୋରା ଦେଶୀ ମଦ ଓ ନକଲି ବିଦେଶୀ ମଦ ବିକ୍ରି ଅଭିଯୋଗ ହୋଇଛି।...

ଧରାପୃଷ୍ଠକୁ ଆସି ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା, ହୋଇପାରୁନି ବିସର୍ଜନ

ଭୁବନେଶ୍ୱର, ୧୮ା୧୦: ଧରାପୃଷ୍ଠକୁ ଆସି ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା। ଜାଗା ବିବାଦ ପାଇଁ ଦଶହରା ପରେ ବି ହୋଇନାହାଁନ୍ତି ବିସର୍ଜିତ। ଏଭଳି...

ବୃନ୍ଦାବତୀ ନିବାସ ଆଗରେ ଅଚେତ୍‌ ହୋଇପଡିଲେ ଜଣେ ହବିଷ୍ୟାଳୀ

ପୁରୀ,୧୮।୧୦: ବୃନ୍ଦାବତୀ ନିବାସ ଆଗରେ ଜଣେ ହବିଷ୍ୟାଳୀ ଅଚେତ୍‌ ହୋଇ ପଡିଛନ୍ତି। ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ହବିଷ୍ୟାଳୀ ଜଣଙ୍କ ଯାଜପୁର ଜିଲା ବରୀ...

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri