ବଢିଲା ଯୁକ୍ତ ୨ ନାମଲେଖା ଆବେଦନ ଅବଧି

ଭୁବନେଶ୍ୱର,୨୦।୬(ଅସମାପିକା ସାହୁ): ଅଭିଭାବକ, ଅଧ୍ୟକ୍ଷ ଏବଂ ଛାତ୍ରଛାତ୍ରୀମାନଙ୍କର ଅନୁରୋଧ ଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୁକ୍ତ ୨ ଶ୍ରେଣୀ ପାଇଁ ସାମସ ପୋର୍ଟାଲ www.samsodisha.in ଜରିଆରେ ଆବେଦନ ତାରିଖକୁ ଜୁନ୍‌ ୨୦ତାରିଖ ପରିବର୍ତ୍ତେ ଜୁନ୍‌ ୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତିା ଏହି ପରିବର୍ତ୍ତିତ ସୂଚୀ ଅନୁଯାୟୀ ପ୍ରଥମ ମେଧା ତାଲିକା ଜୁଲାଇ ୨ ତାରିଖ ଦିନ ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟ ଆଡମିଶନ ଯଥାକ୍ରମେ ଜୁଲାଇ ୩ରୁ ଆରମ୍ଭ ହୋଇ ଜୁଲାଇ ୮ ମଧ୍ୟରେ ଶେଷ ହେବ। ଦ୍ୱିତୀୟ ମେଧା ତାଲିକା ଜୁଲାଇ ୧୬ରେ ପ୍ରକାଶ କରାଯିବ। ଏହାର ଆଡମିଶନ ପ୍ରକ୍ରିୟା ଜୁଲାଇ ୧୯ ସୁଦ୍ଧା ଶେଷ ହେବ। ସେହିପରି ଅନ୍‌ଲାଇନ୍‌ ସ୍ପଟ ଚୟନ ଆଡମିଶନ ପ୍ରକ୍ରିୟା ଜୁଲାଇ ୧୭ରୁ ଆରମ୍ଭ ହୋଇ ଜୁଲାଇ ୨୭ସୁଦ୍ଧା ଶେଷ କରାଯିବ। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଜୁଲାଇ ୨୯ରେ ଯୁକ୍ତ ୨ ପାଠପାଢା ଆରମ୍ଭ ହେବ। ଅଦ୍ୟାବଧି ସାମସ ପୋର୍ଟାଲ ଜରିଆରେ ୪,୪୫,୮୮୭ ଜଣ ଆବେଦନକାରୀ ଯୁକ୍ତ ପାଠ୍ୟକ୍ରମ ପାଇଁ ଆବେଦନ କରିଛନ୍ତିା

Share