ବିରୋଧ ପରେ ନାମଲେଖା ଫି’ କମିଲା

କେନ୍ଦ୍ରାପଡ଼ା ଅଫିସ, ୨୭ା୮: କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟ ନାମଲେଖା ଫି’ ବୃଦ୍ଧିକୁ ନେଇ ଗତ ସପ୍ତାହ ଧରି ଜନଅସନ୍ତୋଷ ଓ ବିରୋଧ ଲାଗି ରହିଥିଲା। ଏହାକୁ ଦୃଷ୍ଟିରେ ରଖି ଜିଲାପାଳ ଅମୃତ ଋତୁରାଜ ଓ ମହାବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟଙ୍କ ଗୁରୁବାର ବୈଠକ ହୋଇଥିଲା। ଫଳରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ନାମଲେଖା ଫ’ କମିଥିବା ଜିଲାପାଳଙ୍କୁ ଶୁକ୍ରବାର ଏକ ଚିଠି (ନଂ. ୨୦୮୧) କରିଛନ୍ତି। ଏହି ଚିିଠିରେ ଅଧ୍ୟକ୍ଷ ବେହେରା ଦର୍ଶାଇଛନ୍ତି ଯେ, ଗତବର୍ଷ ନାମଲେଖା ଫି’ରୁ ମାତ୍ର ୧୫ ପ୍ରତିଶତ ଟଙ୍କା ବୃଦ୍ଧି କରାଯାଉଛି। ଗତବର୍ଷ ଯୁକ୍ତ ୨ କଳା ବିଭାଗରେ ନାମଲେଖା ଫି’ ୨୩୦୫ ଟଙ୍କା ଥିବାବେଳେ ଚଳିତବର୍ଷ ୩୪୫ ଟଙ୍କା ବଢ଼ାଯାଇ ୨୬୫୦ ଟଙ୍କା ହୋଇଛି। ସେହିପରି ଯୁକ୍ତ ୨ ବିଜ୍ଞାନରେ ୩୩୦୫ ଟଙ୍କାରୁ ୩୮୦୦ ଟଙ୍କା, ଯୁକ୍ତ ୨ ବାଣିଜ୍ୟରେ ୨୩୦୫ ଟଙ୍କାରୁ ୨୬୫୦ ଟଙ୍କା, ଯୁକ୍ତ ୩ କଳାରେ ୩୭୦୦ରୁ ୫୫୫ ଟଙ୍କା ବୃଦ୍ଧି କରାଯାଇ ୪୨୫୫ ଟଙ୍କା, ଯୁକ୍ତ ୩ ବିଜ୍ଞାନରେ ୪୭୦୦ରୁ ୫୪୦୫ ଟଙ୍କା ଓ ଯୁକ୍ତ ୩ ବାଣିଜ୍ୟରେ ୪୦୦୦ ଟଙ୍କାରୁ ୪୬୦୦ ଟଙ୍କା ବୃଦ୍ଧି କରାଯାଇଛି। ଏହି ସଂଶୋଧନ ପରିଚାଳନା କମିଟିର ସଦସ୍ୟଙ୍କ ସମ୍ମତି ଥିବା ବେଳେ ଦସ୍ତଖତ ଅପେକ୍ଷାରେ ଅଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ, ଚଳିତବର୍ଷର ନାମଲେଖା ଫି ପୂର୍ବ ବର୍ଷଠାରୁ ପ୍ରାୟ ୫୫ ପ୍ରତିଶତ ଅଧିକ ଥିବାରୁ ଛାତ୍ରନେତା ରାଜେଶ ପଣ୍ଡା, ପରମାନନ୍ଦ ମହାରଣା, ସତ୍ୟନାରାୟଣ ସେନାପତିଙ୍କ ସମେତ ବହୁ ବୁଦ୍ଧିଜୀବୀ ବିରୋଧ କରିଥିଲେ। ଏହାକୁ ନେଇ ବିଭିନ୍ନ ଛାତ୍ର ସଙ୍ଗଠନ ପକ୍ଷରୁ ପ୍ରତିବାଦ ପତ୍ର ଅଧ୍ୟକ୍ଷ ଓ ଜିଲା ପ୍ରଶାସନକୁ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ରବିବାର ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଶ୍ମଶାନ ନିକଟରୁ ୨ କିଣ୍ଟାଲ ୧୪ କେ.ଜି ୨...

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି...

ଶ୍ୱଶୁରଙ୍କୁ ହତ୍ୟାକଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଶେଷ ହେଲା ରତ୍ନଭଣ୍ଡାର ସର୍ଭେକ୍ଷଣ,ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୨।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ୱରେ ସର୍ଭେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri