ଇଗ୍ନୋରେ ନାମଲେଖା ଅବଧି ୧୫ ତାରିଖକୁ ବୃଦ୍ଧି

ଭୁବନେଶ୍ୱର,୩।୭: ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ-ଇଗ୍ନୋର ନାମଲେଖା ଅବଧି ଆସନ୍ତା ୧୫ ତାରିଖକୁ ବୃଦ୍ଧି କରାଯାଇଛି । ବିଭିନ୍ନ କାରଣରୁ ଅଧାରୁ ପାଠ ଛାଡୁଥିବା କିମ୍ବା ଶିକ୍ଷା ପାଇବାରୁ ବଞ୍ଚିତ ଛାତ୍ରୀଛାତ୍ର ବା ବ୍ୟକ୍ତିବିଶେଷ ସମସ୍ତ ବିଭାଗରେ ଅଣ୍ଡରଗ୍ରାଜୁଏଟ୍‍, ପୋଷ୍ଟ ଗ୍ରାଜୁଏଟ୍‍, ପିଜି ଡିପ୍ଲୋମା ଏବଂ ସାର୍ଟିଫିକେଟ୍‍ ପ୍ରୋଗ୍ରାମ୍‍ରେ ନାମ ଲେଖାଇପାରିବେ ।

ସୂଚନାଯୋଗ୍ୟ, କଳା, ବିଜ୍ଞାନ, ବାଣିଜ୍ୟର ସ୍ନାତକ ବିଭାଗରେ ନାମ ପଞ୍ଜୀକରଣ କରିବାକୁ ଚାହୁଥିବା ଅନସୂଚିତ ଜାତି ଓ ଜନଜାତି ବିଦ୍ୟାର୍ଥୀଙ୍କ ପାଇଁ ନାମଲେଖା ଦେୟ ଓ ପୁନଃ ନାମଲେଖା ଦେୟ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି । ତେବେ ଯେଉଁ ଛାତ୍ରଛାତ୍ରୀ ଅନ୍ୟ କୌଣସି ରିହାତିର ସୁବିଧା ପାଉଥିବେ ସେମାନଙ୍କ ପାଇଁ ଇଗ୍ନୋର ରିହାତି ଉପଲବ୍ଧ ହୋଇପାରିବ ନାହିଁ । ଇଛୁକ ଛାତ୍ରୀଛାତ୍ର ଇଗ୍ନୋ ୱେବ୍‍ସାଇଟ୍‍ରୁ ସବିଶେଷ ତଥ୍ୟ ପାଇପାରିବେ ।