ଇଗ୍‌ନୋ’ର ଜାନୁୟାରୀ ସେସନ୍‍ ପାଇଁ ଆରମ୍ଭ ହେଲା ନାମଲେଖା ପ୍ରକ୍ରିୟା

ନୂଆଦିଲ୍ଲୀ,୧୮।୧୨: ଇନ୍ଦିରାଗାନ୍ଧି ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ – ଇଗ୍‌ନୋର ଜାନୁୟାରୀ ସେସନ୍‍ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଅନ୍‍ଲାଇନ୍‍ ଜରିଆରେ ଇଗ୍‌ନୋ ୱେବ୍‍ସାଇଟ୍‍ ମାଧ୍ୟମରେ ଆସନ୍ତା ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମ ଲେଖାଇପାରିବେ ।

ଚଳିତ ବର୍ଷ ନୂତନ ଭାବେ ସ୍ନାତକୋତ୍ତର ପାଠ୍ୟକ୍ରମରେ ପ୍ରାଣୀ ବିଜ୍ଞାନ ବିଷୟରେ ନାମଲେଖା ସୁଯୋଗ ମିଳିପାରିବ । ସୂଚନାଯୋଗ୍ୟ, ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ୧୫ଟି ଜିଲ୍ଲାର ୪୦ଟି ଷ୍ଟଡି ସେଣ୍ଟରରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି।