‘ଲୋକସେବା ଅଧିକାର ଅଧିନିୟମରେ ଅନ୍ତର୍ଭୁକ୍ତ ସେବାକୁ ସୁନିଶ୍ଚିତ କର’

ଭୁବନେଶ୍ୱର, ୧୬ା୧(ସୁନିତ୍‌ ମିଶ୍ର): ରାଜ୍ୟରେ ବିଭିନ୍ନ ବିଭାଗ ଦ୍ୱାରା ଓଡ଼ିଶା ଲୋକସେବା ଅଧିକାର ଅଧିନିୟମରେ ଅନ୍ତର୍ଭୁକ୍ତ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନର କାର୍ଯ୍ୟକାରିତା ସୁନିଶ୍ଟିତ କରିବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି। ଏହି ମର୍ମରେ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗୀୟ ସଚିବ, ସମସ୍ତ ରାଜସ୍ବ ଆୟୁକ୍ତ ଓ ଜିଲାପାଳମାନଙ୍କୁ ଏକ ନିର୍ଦ୍ଦେଶନାମାରେ ସବିସ୍ତୃତ ନିର୍ଦ୍ଦେଶ ଦେଇଛନ୍ତି।
ଓଡ଼ିଶା ଲୋକସେବା ଅଧିକାର ଆଇନରେ ଅନ୍ତର୍ଭୁକ୍ତ ଅତ୍ୟାବଶ୍ୟକ ସେବାଗୁଡ଼ିକ କିପରି ଉଦ୍ଦିଷ୍ଟ ହିତାଧିକାରୀଙ୍କ ନିକଟରେ ଠିକ୍‌ ଭାବେ ନିର୍ଦ୍ଧାରିତ ସମୟ ମଧ୍ୟରେ ଉପଲବ୍ଧ ହେବ, ସେଥିପାଇଁ ପତ୍ରରେ ପରାମର୍ଶ ଦିଆଯାଇଛି। ଓଡ଼ିଶା ସରକାର ଜନସାଧାରଣଙ୍କ ନିକଟରେ ସାର୍ବଜନୀନ ସେବାଗୁଡ଼ିକୁ ସହଜରେ ଉପଲବ୍ଧ କରାଇବା ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛନ୍ତି। ଏହି ଆଇନ ଅନୁଯାୟୀ ଏ ପର୍ଯ୍ୟନ୍ତ ୩୨ଟି ବିଭାଗର ୪୨୮ଟି ସାଧାରଣ ସେବାକୁ ସୂଚିତ କରାଯାଇଛି। ଏହି ଆଇନର କାର୍ଯ୍ୟାନ୍ବୟନ ପାଇଁ ପ୍ରତି ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ନିୟୋଜିତ କରାଯାଇଛି। ସଚିବମାନେ ନିଜ ବିଭାଗରେ ଏହି ଆଇନ ଅଧୀନରେ ପ୍ରଦାନ କରାଯାଉଥିବା ସେବାଗୁଡ଼ିକ ସୁନିଶ୍ଚିତ କରିବେ। ଏହାସହ କ୍ଷେତ୍ର ପରିଦର୍ଶନ ସମୟରେ ବିଭିନ୍ନ ଜିଲା ଗସ୍ତବେଳେ ଏହି ଆଇନ ଅଧୀନ ସେବାଗୁଡ଼ିକ ବିଜ୍ଞପ୍ତି ଅନୁଯାୟୀ ସମୟସୀମା ଭିତରେ ନାଗରିକଙ୍କୁ ପ୍ରଦାନ କରାଯାଇଛି କି ନାହିଁ ତାହା ଯାଞ୍ଚ କରିବେ। ଏହାର ସଫଳତାର ପ୍ରତିଶତ ଯାଞ୍ଚ କରିବାକୁ ମୁଖ୍ୟ ଶାସନ ସଚିବ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ସେହିପରି ଜିଲାପାଳମାନେ ମଧ୍ୟ ନିଜ ଜିଲାରେ ପ୍ରତି ମାସରେ ସାର୍ବଜନୀନ ସେବା ପ୍ରଦାନରେ ଜିଲାର ସଫଳତା ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମଝିଘରିଆଣୀଙ୍କ ୯ ହୁଣ୍ଡି: ମିଳିଲା ୯୪.୪୯ ଲକ୍ଷ, ୫ ବିଦେଶୀ ନୋଟ ସହ ୯୩ ଗ୍ରାମ୍‌ ସୁନା

ରାୟଗଡ଼ା,୨୭।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରରେ ଥିବା ୯ଟି ଦାନହୁଣ୍ଡି ସୋମବାର ଖୋଲାଯାଇ ଗଣତି ହୋଇଛି। ହୁଣ୍ଡିରୁ ନଗଦ...

ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ ଜେଲ

ମାଲକାନଗିରି, ୨୭ା୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଓ ଦୌରା ଜଜ୍‌ ଡାକ୍ତର ପ୍ରସନ୍ନ କୁମାର ପଣ୍ଡା ସୋମବାର ଏକ ହତ୍ୟା ମାମଲାର ଶୁଣାଣି କରି ସ୍ତ୍ରୀ...

ଏହି ଦିନ ଶେଷ ହେବ ରାଶନ କାର୍ଡ ଇ-କେୱାଇସି, ନକରିଥିଲେ…

ଭୁବନେଶ୍ୱର,୨୭ା୧(ଅନିଲ ଦାସ)- ଆସନ୍ତା ୪ ଦିନ ପରେ ରାଜ୍ୟରେ ରାଶନ କାର୍ଡ ଇ-କେୱାଇସି ଅପ୍‌ଡେଟ କାର୍ଯ୍ୟ ଶେଷ ହେବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି...

ଥଇଥାନ କେନ୍ଦ୍ର ଅନ୍ତେବାସୀଙ୍କୁ ତାଲିବାନୀ ନିର୍ଯାତନା: ଭିଡିଓ ଭାଇରାଲ ପରେ ଜିଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

ସମ୍ବଲପୁର,୨୭ା୧(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ନେତାଜୀ କଲୋନୀରେ ଥିବା ସମର୍ଥ ମାନସିକ ଅନଗ୍ରସର ଥାଇଥାନ କେନ୍ଦ୍ର ଅନ୍ତେବାସୀଙ୍କୁ ମାତ୍ରାଧିକ ମାନସିକ ଓ ଶାରୀରିକ...

ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଯୋଗଦେବେ ଦେଶର ସମସ୍ତ କୋଟିପତି, ଜାଣନ୍ତୁ କେଉଁମାନେ ଆସିବେ

ଭୁବନେଶ୍ୱର,୨୭।୧: ଶିଳ୍ପ ବିଭାଗ ପକ୍ଷରୁ ପ୍ରକାଶିତ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୨୮ (ମଙ୍ଗଳବାର) ଜନତା ମଇଦାନରେ ନିବେଶକ ସମ୍ମିଳନୀ...

ସିରିଜ୍‌ ଦୁର୍ଘଟଣା: ୧୦ ଉଠାଦୋକାନୀଙ୍କୁ ଧକ୍କା ଦେଇ ପୋଲରେ ପିଟିହେଲା ବୋଲେରୋ

ପାରାଦୀପ,୨୭।୧: ଜଗତସିଂହପୁର ଜିଲା ପାରାଦୀପ ସମୁଦ୍ର କୂଳରେ ସୋମବାର ଏକ ସିରିଜ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଭାରସାମ୍ୟ ହରାଇ ୧୦ଉଠା ଦୋକାନୀଙ୍କୁ ଧକ୍କା ଦେବା...

ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଡାକ୍ତରଙ୍କ ଗାଡ଼ି, ନର୍ସିଂହୋମ ଭଙ୍ଗାରୁଜା

ଭଦ୍ରକ,୨୭।୧(ସନାତନ ରାଉତ): ଭଦ୍ରକ ସହର ଗାନ୍ଧୀପଡ଼ିଆରେ ଥିବା ଏକ ନର୍ସିଂହୋମରେ ଜଣେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ସୋମବାର ଉତ୍ତେଜନା ଦେଖାଦେଇଛି। ମୃତକଙ୍କ ସମ୍ପର୍କୀୟ ନର୍ସିଂହୋମ ଭଙ୍ଗାରୁଜା...

ଅଢେଇ ମାସ ତଳେ କିଣିଥିଲେ କାର୍‌: ଏବେ ଯାହାହେଲା…

କେନ୍ଦୁଝର,୨୭।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅଧୀନ ପଦ୍ମପୁର ପଞ୍ଚାୟତ ପୁଟୁଳିଆ ଗ୍ରାମର ଭୁବନେଶ୍ୱର ଦାସଙ୍କ ଏକ ମହିନ୍ଦ୍ରା କାର୍‌ ହଠାତ୍‌ ଜଳି ଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image