ନିର୍ମାଣାଧୀନ ନାଳରେ ସ୍କୁଟି ସହ ଖସିପଡ଼ିଲେ ଯୁବକ, ଛାତିରେ ପଶିଗଲା ଲୁହାରଡ୍‌

ବ୍ରହ୍ମପୁର ଅଫିସ,୭ା୮: ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ଓଭରବ୍ରିଜ ନିକଟରେ ଏକ ଅଘଟଣ ଘଟିଛି। ଅର୍ଦ୍ଧନିର୍ମିତ ନାଳର ଲୁହାରଡ୍‌ ଯୁବକଙ୍କ ବାମ ଛାତି ଭିତରେ ପଶିଯାଇ ମୃତ୍ୟୁ ଘଟିଛି। ଖବର ପାଇ ବୈଦ୍ୟନାଥପୁର ଥାନା ଅଧିକାରୀ ସାରଦା ପ୍ରସନ୍ନ ଦାସ, ବ୍ରହ୍ମପୁର ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି ଓ ଟ୍ରାଫିକ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଆରମ୍ଭ କରିଛି। ମୃତ ଯୁବକ ଜଣଙ୍କ ଲାଞ୍ଜିପଲ୍ଲୀ ତୋଟାସାହିର ସ୍ବର୍ଗତ ରଘୁନାଥ ସାମନ୍ତରାୟଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ (୩୫)ବୋଲି ପୋଲିସ କହିଛି । ଦୀର୍ଘଦିନ ହେଲା ଓଭରବ୍ରିଜ୍‌ ଓ ଡ୍ରେନ କାମ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଥିବା ବେଳେ ଠିକାଦାରଙ୍କ ଖାମଖିଆଲି ନୀତି ଯୋଗୁ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି ବୋଲି ସ୍ଥାନୀୟ ଲୋକେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଟ୍ରାଫିକ ପୋଲିସ ଲୁହାରଡ୍‌ କାଟି ଯୁବକଙ୍କ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଥିବା କହିଛି। ସେହିପରି ଥାନାରେ ଏନେଇ ଏକ ମାମଲା ରୁଜୁ କରାଯାଇଥିବା ମଧ୍ୟ ପୋଲିସ ସୂଚନା ଦେଇଛି । ଘଟଣାରୁ ପ୍ରକାଶ ପୂର୍ଣ୍ଣଚନ୍ଦ୍ର ଜଣେ ଏସି ମେକାନିକ ଥିବା ବେଳେ ସେ କୌଣସି କାମରେ ଘରୁ ଗୁରୁବାର ବାହାରକୁ ଯାଇଥିଲେ। ରାତିରେ ସେ ଘରକୁ ଫେରି ନ ଥିଲେ। ଶୁକ୍ରବାର ସକାଳେ ସ୍ଥାନୀୟ ଲୋକ ଜଣେ ଯୁବକ ଲୁହାରଡ୍‌ରେ ପଶି ମୃତ୍ୟୁ ଘଟିଥିବା ପୋଲିସକୁ ଖବର କରିଥିଲେ। ପୋଲିସ ସେଠାରେ ପହଞ୍ଚି ପୂର୍ଣଚନ୍ଦ୍ରଙ୍କ ସ୍କୁଟି ନମ୍ବର ଯାଞ୍ଚ କରି ତାଙ୍କ ପରିବାରକୁ ଖବର କରିଥିଲା। ଇଶାନ କୁମାର ସାମନ୍ତରାୟ ଘଟଣାସ୍ଥଳରେ ପହଞ୍ଚି ଭାଇର ମୃତଦେହ ଚିହ୍ନଟ କରିଛନ୍ତି ବୋଲି ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅହରହ ଜଳୁଛି ଷ୍ଟ୍ରିଟ୍‌ଲାଇଟ୍‌, ପଚାରିଲେ ବିଦ୍ୟୁତ୍‌ କର୍ମଚାରୀ କହୁଛନ୍ତି…

ନିରାକାରପୁର,୨୩ା୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ରାସ୍ତା ଦୁର୍ଘଟଣା ରୋକାଯିବା ସହିତ ଦୂର ସ୍ଥାନକୁ କିଭଳି ଶୀଘ୍ର ତଥା ସୁବିଧାରେ ଯାତାୟାତ କରିପାରିବେ ସେଥିପାଇଁ ରାଜରାସ୍ତାର ଅନେକ ସ୍ଥାନରେ...

ଚନ୍ଦକା ଗଲା ଛୁଆହାତୀ, ଭାବବିହ୍ବଳ ହେଲେ ବନ କର୍ମଚାରୀ

କେନ୍ଦୁଝର,୨୩ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ମେଗାନର୍ସରୀରେ ରଖାଯାଇଥିବା ୩ମାସର ଛୁଆହାତୀକୁ ବନ ବିଭାଗର ‘ରକ୍ଷକ’ ଯାନରେ ଶନିବାର ଚନ୍ଦକା ସ୍ଥାନାନ୍ତର...

କୋଠରିରେ ତାଲା ପକାଇ ସ୍ବାମୀଙ୍କୁ ରଖିଥିଲେ ସ୍ତ୍ରୀ: ଆଠ ଦିନପରେ ହେଲେ ଉଦ୍ଧାର

ମୋହନା,୨୩ା୧୧(ମନ୍ନମଥ ମିଶ୍ର): ସ୍ବାମୀଙ୍କୁ ୮ ଦିନ ଏକ କୋଠରିରେ ତାଲା ପକାଇ ରଖିଥିଲେ ସ୍ତ୍ରୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା...

ଗାଁ ରାସ୍ତାରେ ବାଘ ପାଦ ଚିହ୍ନ: ଭୟଭୀତ ଗ୍ରାମବାସୀ

ମୋହନା,୨୩ା୧୧(ମନ୍ମଥ ମିଶ୍ର): ପୁଣି ବାଘ ଆତଙ୍କ। ଘାଟି ନିକଟ ଗାଁ ରାସ୍ତାରେ ବାଘ ପାଦ ଚିହ୍ନ ଦେଖି ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ଗଜପତି ଜିଲା ମୋହନା...

ଆସିଲା ଜିପିଆର-ଜିପିଏସ୍‌ ସର୍ଭେ ରିପୋର୍ଟ: ଏଥିରେ ରହିଛି…

ପୁରୀ,୨୩ା୧୧: ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ଏଏସ୍‌ଆଇ ପକ୍ଷରୁ କରାଯାଇଥିବା ଜିପିଆର୍‌-ଜିପିଏସ୍‌ ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ...

ପଦାକୁ ଆସିଲା ନବଜାତ ଶିଶୁକନ୍ୟା ବିକ୍ରି: ଜେଲ ଗଲେ ୩ ଅଭିଯୁକ୍ତ

ଲାଠୋର,୨୩ା୧୧(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଁଝର ଅଞ୍ଚଳର ଏକ ନବଜାତ ଶିଶୁକନ୍ୟା ବିକ୍ରି ହେବା ନେଇ ଚର୍ଚ୍ଚା ହୋଇଥିଲା । ଏହି ଘଟଣାରେ...

ଆଇଜି ପାର୍କକୁ ଆସିଲେ ୨ ଚିତା ବାଘ

ରାଉରକେଲା,୨୩।୧୧(ବିପ୍ଳବ ରଞ୍ଜନ ଦାସ): ଆର୍‌ଏସ୍‌ପିର ଇନ୍ଦିରା ଗାନ୍ଧୀ ପାର୍କ ପ୍ରାଣୀ ଉଦ୍ୟାନକୁ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ଚିତାବାଘ ଆସିଛନ୍ତି। ଗତ ୨୧ତାରିଖରେ କେନ୍ଦ୍ରୀୟ...

ଗଞ୍ଜେଇ ସହ କାର୍‌ ଜବତ: ୨ ଗିରଫ

ବାଲିଗୁଡ଼ା,୨୩ା୧୧(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଅବକାରୀ ବିଭାଗ ଗଞ୍ଜେଇ ଚୋରାଚାଲାଣ ବେଳେ ଚଢାଉ କରି କାର୍‌ ସହ ଦୁଇଜଣଙ୍କୁ ଗିରଫ କୋର୍ଟଚାଲାଣ କରିଛି। ସୂଚନାନୁଯାୟୀ,...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri