ଭାରତରେ ବିବାହ ରୁତୁ ଚାଲିଛି। ବିବାହର ବିଭିନ୍ନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ବିବାହ ଦିନ ଉଭୟ ବର ଏବଂ କନ୍ୟାଙ୍କ ପାଇଁ ସ୍ବତନ୍ତ୍ର, କିନ୍ତୁ କନ୍ୟାମାନଙ୍କ ପାଇଁ ଏହା ଅଧିକ ସ୍ବତନ୍ତ୍ର। ପ୍ରତ୍ୟେକ କନ୍ୟା ଚାହାଁନ୍ତି ମଣ୍ଡପକୁ ତାଙ୍କର ଏମିତି ଏଣ୍ଟ୍ରି ହେଉ, ଯେମିତି ବିବାହକୁ ଆସୁଥିବା ଲୋକ ଏବଂ ସମ୍ପର୍କୀୟମାନେ ନଜର ଅଟିକି ଯିବ। ଏମିତି ଜଣେ କନ୍ୟାଙ୍କ ଏଣ୍ଟ୍ରିର ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜଣେ କନ୍ୟା ଏକ ରାଜକୀୟ ଢଙ୍ଗରେ ମଣ୍ଡପରେ ଏଣ୍ଟ୍ରି କରୁଛନ୍ତି। ଏହି ଭିଡିଓ ବିଷୟରେ ସବୁଠାରୁ ବିଶେଷ କଥା ହେଉଛି କନ୍ୟା ନିଜେ ଜିପ ଚଳାଇ ଏଣ୍ଟ୍ରି ନେଉଛନ୍ତି। ଭିଡିଓରେ ତାଙ୍କ ଭଉଣୀ ମଧ୍ୟ କନ୍ୟା ପାଖରେ ବସିଥିବାର ନଜର ଆସିଛନ୍ତି। ଭଉଣୀ ତାଙ୍କ ହାତରେ ଏକ ବ୍ୟାନର ଧରିଛନ୍ତି ।ଏହି ବ୍ୟାନରରେ ଲେଖାଅଛି,ଯଦି ତୁମେ ଆମ ଭଉଣୀକୁ ବିବାହ କରିବାକୁ ଚାହୁଁଛ, ତେବେ ତୁମକୁ ଏଥିପାଇଁ ଦେବାକୁ ପଡିବ। ଏହି ସମୟରେ ବରର ଭାଇ ମଧ୍ୟ ଜିପ୍ରେ ବସି ନାଚୁଥିବାର ନଜର ଆସିଛନ୍ତି। ଲୋକମାନେ କନ୍ୟାଙ୍କ ଏଣ୍ଟ୍ରିକୁ ବହୁତ ପ୍ରଶଂସା କରୁଛନ୍ତି। ଲୋକମାନେ ଭିଡିଓ ଦେଖିବା ପରେ ମଜାଳିଆ ମନ୍ତବ୍ୟ ଦେଉଛନ୍ତି। ଭିଡିଓଟି ଇନଷ୍ଟାଗ୍ରାମରେ theadorableweddings ପେଜ୍ ଦ୍ୱାରା ଶେୟାର କରାଯାଇଛି। ଏହି ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ୧୩ ମିଲିୟନରୁ ଅଧିକ ଥର ଦେଖାଯାଇଛି। ଭିଡିଓକୁ ୭ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଛନ୍ତି।
View this post on Instagram