ଆରତୀଙ୍କୁ ଛାଡ଼ପତ୍ର ଦେଇ ଏହି ତରୁଣୀଙ୍କ ହାତ ଧରିଲେ ଜୟମ ରବି? ଫଟୋ ଦେଖି ପ୍ରଶଂସକ ଚକିତ…

ହାଇଦ୍ରାବାଦ: ପୁଣି ଥରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଦକ୍ଷିଣ ଭାରତୀୟ ଅଭିନେତା ଜୟମ ରବି। ପ୍ରଥମ ପତ୍ନୀ ଆରତୀଙ୍କଠାରୁ ଛାଡ଼ପତ୍ର ନେବା ପରେ ସେ ଜଣେ ଅଭିନେତ୍ରୀଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। କିଛି ଏଭଳି ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ହେଉଛି। ଏହା ପଛର କାରଣଟି ହେଲା ଏକ ଫଟୋ। ଭାଇରାଲ ଫଟୋରେ ଉଭୟ ଜୟମାଳା ପକାଇଥିବା ନଜର ଆସୁଛନ୍ତି।

ଭାଇରାଲ ଫଟୋକୁ ଦେଖି ପ୍ରଶଂସକ ଜୟମ ଅଭିନେତ୍ରୀ ପ୍ରିୟଙ୍କା ମୋହନଙ୍କ ସହ ଦ୍ୱିତୀୟ ବିବାହ କରିଥିବା ଅନୁମାନ କରୁଛନ୍ତି। କ’ଣ ସତରେ ଦୁହେଁ ବିବାହ କରିଛନ୍ତି ତାହା ଜାଣିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। ଜାଣି ନିଅନ୍ତୁ ଉକ୍ତ ଫଟୋ ପଛର ରହସ୍ୟ।

ତେବେ ଜୟମ ଏବଂ ପ୍ରିୟଙ୍କା ବିବାହ କରିନାହାନ୍ତି ବରଂ ଏହି ଫଟୋଟି ତାଙ୍କର ଆଗାମୀ ଫିଲ୍ମର। ରିପୋର୍ଟ ମୁତାବକ ତାହା ଫିଲ୍ମ ‘ବ୍ରଦର’ର ଶୁଟିଂ ବେଳର। ଏହା ଅକ୍ଟୋବର ୩୧ରେ ରିଲିଜ ହେବ। ଫିଲ୍ମଟି ଧନୁଶଙ୍କ ଫିଲ୍ମ ‘କୁବେରା’କୁ ଟକ୍କର ଦେବ। ଏଥିରେ ପ୍ରିୟଙ୍କାଙ୍କ ବ୍ୟତୀତ ଭୂମିକା ଚାଓ୍ବଲା, ଯୋଗୀ ବାବୁ, ରୋବୋ ଶଙ୍କର ପ୍ରମୁଖ ନଜର ଆସିବେ।

Share