ରାଗିଗଲେ ଅନୁଷ୍କା: ଗାଭାସ୍କରଙ୍କୁ ଦେଲେ ଏମିତି ଜବାବ

ୟୁଏଇରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୧୩ତମ ସଂସ୍କରଣ ଖେଳ ଚାଲୁରହିଛି। ଗତ ଗୁରୁବାର ଏହି ଟୁର୍ନାମେଣ୍ଟର ଷଷ୍ଠ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କିଙ୍ଗସ୍‌ ଏକାଦଶ ପଞ୍ଜାମ ମଧ୍ୟରେ ଖେଳାଯାଇଥିଲା ଏହି ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ଭଲ ପ୍ରଦର୍ଶନ କରିପାରି ନ ଥିଲେ। ମାତ୍ର ଏକ ରନ୍‌କରି ସେ ଆଉଟ୍‌ ହୋଇଯାଇଥିଲେ। ଏହି ସମୟରେ କମେଣ୍ଟ୍ରି ପ୍ୟାନେଲ ସଦସ୍ୟ ସୁନୀଲ ଗାଭାସ୍କର ବିରାଟଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିଷୟରେ କିଛି ମନ୍ତବ୍ୟ ଦେଇଥିଲେ। ଏଥିପାଇଁ କୋହଲି ଏବଂ ଅନୁଷ୍କାଙ୍କ ପ୍ରଶଂସକଙ୍କମାନେ ଗାଭାସ୍କରଙ୍କୁ କମେଣ୍ଟ୍ରି ପ୍ୟାନେଲରୁ ହଟାଇବାକ ଦାବି କରୁଛନ୍ତି। ଗାଭାସ୍କରଙ୍କ ମନ୍ତବ୍ୟ ଉପରେ ଏବେ ଅନୁଷ୍କା ମଧ୍ୟ ମୁହଁ ଖୋଲିଛନ୍ତି। ସେ ନିଜର ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ ଶେୟାର କରି ଗାଭାସ୍କରଙ୍କୁ ଟାର୍ଗେଟ କରିଛନ୍ତି। ତାଙ୍କ ଉପରେ ଦିଆଯାଇଥିବା ମନ୍ତବ୍ୟ ନେଇ ଅନୁଷ୍କା ଅସନ୍ତୋଷ ବ୍ୟକ୍ତ କରିବା ସହ ଲେଖିଛନ୍ତି, ମିଷ୍ଟର ଗାଭାସ୍କର, ଆପଣଙ୍କ ବାର୍ତ୍ତା ବିଚଳିତ କରିବା ପରି। ମୁଁ ଆପଣଙ୍କୁ ଏହା କହିବାକୁ ଚାହୁଁଛି ଯେ, ସ୍ବାମୀଙ୍କ ଖରାପ ପ୍ରଦର୍ଶନ ଉପରେ ତାଙ୍କ ସ୍ତ୍ରୀଙ୍କୁ ଦେଷ ଦେବାକୁ କାହିଁକି ଭାବିଲେ। ଗତ କିଛି ବର୍ଷ ମଧ୍ୟରେ ଆପଣ ପ୍ରତ୍ୟେକ କ୍ରିକେଟରଙ୍କ ବ୍ୟକ୍ତିଗତ ଜୀବନକୁ ସମ୍ମାନ ଦେଇଆସୁଛନ୍ତି। ଆମ ପାଇଁ ମଧ୍ୟ ସମାନ ସମ୍ମାନ ହେବା ଉଚିତ୍‌ ବୋଲି ଅନୁଷ୍କା ଲେଖିଛନ୍ତି।