କରୋନା ନିୟମ ଭାଙ୍ଗି ଲୋକଙ୍କ ଆକ୍ରୋଶର ଶିକାର ହେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ରେ କେତୋଟି ଫିଲ୍ମକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ସେଥିମଧ୍ୟରୁ କିଛି ଫିଲ୍ମର ଶୁଟିଂ ଚାଲିଥିବା ବେଳେ ଆଉ କିଛିର ରିଲିଜ୍‌ ତାରିଖ ଘୋଷଣା ସରିଛି। ଏହାରି ମଧ୍ୟରେ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଫିଲ୍ମ ‘ଇନ୍ଦୁ କି ଜଓ୍ବାନୀ’ ଏବେ ହେଡ୍‌ଲାଇନ୍‌ରେ ରହିଛି। ଏହି ଫିଲ୍ମକୁ ନେଇ କିଆରାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ମଧ୍ୟ ଅଛନ୍ତି। ତେବେ କିଆରା ମଧ୍ୟ ନିଜ ପରିବାର ସହ ଏହି ଫିଲ୍ମ ଦେଖିବାକୁ ସିନେମା ହଲ୍‌ରେ ପହଞ୍ଚିଥିଲେ। କରୋନା ମମହାମାରୀ ମଧ୍ୟରେ ପରିବାର ସହ ଫିଲ୍ମ ଦେଖିବାର ଏକ ଫଟୋ ମଧ୍ୟ ସେ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏହି ଫଟୋକୁ ଦେଖିବା ପରେ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କାରଣ ଏହି ଫଟୋରେ କିଆର ଏବଂ ତାଙ୍କ କରିପାର କରୋନା ନିୟମ ଭାଙ୍ଗିଥିବା ଦେଖିବାକୁ ମିଳୁଛି।

ବାସ୍ତବରେ କିଆରେ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଯେର୍ଉ ଫଟୋ ଶେୟାର କରିଛନ୍ତି ସେଥିରେ ତାଙ୍କୁ ପରିବାର ସହ ହଲ୍‌ରେ ବସି ସିନେମା ଦେଖିଥିବା ଦେଖିବାକୁ ମିଳୁଛି। ତେବେ ଫଟୋରେ କିଆରା ଆଗ ସିଟ୍‌ରେ ବସିଥିବା ବେଳେ ତାଙ୍କ ପରିବାର ସଦସ୍ୟ ପଛରେ ବସିଛନ୍ତି। କିୟାରାଙ୍କ ପରିବାର ଲୋକେ ଯେଉଁ ସିଟ୍‌ରେ ବସିଛନ୍ତି ସେଠାରେ ନ ବସିବାକୁ ଲେଖାଯାଇଛି। ଏହାକୁ ନେଇ ଲୋକମାନେ କିୟାରାଙ୍କ ଉପରେ କ୍ରୋଧ ପ୍ରକାଶ କରୁଛନ୍ତି।
ଏହି ଫଟୋକୁ ଶେୟାରକରି କିଆରା କ୍ୟାପଶନରେ ଲେଖିଛନ୍ତି, ଶେଷରେ ମୁଁ ସିନେମା ହଲ୍‌କୁ ଆସିଲି….ମୁଁ ବଡ଼ ପରଦାକୁ ବହୁତ ମିସ୍‌ କରୁଥିଲି।

Share