ବମ୍ବେ: ବଲିଉଡର ଦବଙ୍ଗ ଖାନ୍ଙ୍କ ସାନ ଉଭଣୀ ଅର୍ପିତା ଖାନ୍ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍ଙ୍କ ସେ ଜ୍ୱାଇଁ ହୋଇଥିବାରୁ ପ୍ରାୟ ପୁରା ପରିବାର ଫିଲ୍ମଜଗତ ସହ ଜଡ଼ିତ। ହେଲେ ଆୟୁଷ ଫିଲ୍ମ ସାଇନ୍ କରିବା ପୂର୍ବରୁ କାହା ସହ ବିଚାର ବିମର୍ଶ କରନ୍ତି ନାହିଁ। ଏକ ସାକ୍ଷାତକାରରେ ସେ ଏଭଳି ଖୁଲାସା କରିବା ସହ କେବଳ ତାଙ୍କ ପୋଷାକୁକୁର ସହ ଫିଲ୍ମ ନେଇ କଥା ହୁଅନ୍ତି ବୋଲି କହିଛନ୍ତି।
ଆୟୁଷ କହିଛନ୍ତି, ମୋର ଗୋଟିଏ ପୋଷା କୁକୁର ରହିଛି। ତାର ନାମ ମିଷ୍ଟର ପୋର୍ଟର। ମୁଁ ସବୁଠାରୁ ଅଧିକ କଥା ତା’ ସହ ହୋଇଥାଏ। ରାତିରେ ସେ ମୋ କୋଠରୀରେ ଶୋଇଥାଏ। ସକାଳେ ମୁଁ ତା ମୁହଁ ପ୍ରଥମେ ଦେଖିଥାଏ। ସେ ମୋତେ ସବୁଠାରୁ ଅଧିକ ପ୍ରତିକ୍ରିୟା ଦେଉଥିବା ମଣିଷ ଭଳି ଲାଗେ। କୁକୁର ହେଲେ ହେଁ ମଣିଷ ଭଳି ବ୍ୟବହାର କରିଥାଏ। ଏଥିପାଇଁ ତା ସହ ଅଧିକ କଥା ହୋଇଥାଏ। ଫିଲ୍ମର କାହାଣୀ ତାକୁ କହିଥାଏ। କାହାଣୀ ପଢ଼ିବା ପରେ ମୁଁ ଯଦି ଦର୍ଶକ ହୋଇଥାନ୍ତି ତେବେ କ’ଣ ଏ ଫିଲ୍ମ ମୁଁ ଦେଖିଥାନ୍ତି ବୋଲି ଭାବେ। ଯଦି ମୋ ହୃଦୟ ହଁ କୁହେଁ, ତେବେ ମୁଁ ଫିଲ୍ମ ସାଇନ୍ କରିଥାଏ।
କହିରଖୁଛୁ, ଖୁବ୍ଶୀଘ୍ର ଆୟୁଷଙ୍କ ଫିଲ୍ମ‘ ରୁସଲାନ’ ରିଲିଜ ହେବାକୁ ଯାଉଛି।