ଆଜିଯାଏ କାହିଁକି ଅବିବାହିତ ଅଛନ୍ତି ସଲମାନ? ବାପା ସଲିମ କହିଲେ କାରଣ…

ବମ୍ବେ: ବଲିଉଡ୍‌ର ମୋଷ୍ଟ ଏଲିଜିବୁଲ ବ୍ୟାଚେଲର ହେଉଛନ୍ତି ଦବଙ୍ଗ ଖାନ୍‌ ସଲମାନ। ଏଯାଏ ଅବିବାହିତ ଥିବାରୁ ତାଙ୍କର ମହିଳା ପ୍ରଶଂସକଙ୍କ ସଂଖ୍ୟା କାହିଁରେ କେତେ। ଅନେକ ସମୟରେ ଏଯାଏ ବିବାହ ନ କରିବା ପଛରେ କାରଣ କ’ଣ ବୋଲି ତାଙ୍କୁ ପଚରାଯାଇଥାଏ। ହେଲେ ସେ ସବୁବେଳେ ନିରବ ରହିବାକୁ ପସନ୍ଦ କରନ୍ତି।

ବିଗତ ଦିନରେ ଅନେକ ଅଭିନେତ୍ରୀଙ୍କ ସହ ସଲମାନଙ୍କ ନାମ ଯୋଡ଼ା ଯାଇଛି। ସେଥିରେ ନୀଳନୟନା ଐଶ୍ୱର୍ଯ୍ୟା ରାୟ, ସଙ୍ଗୀତା ବିଜଲାନୀ, ସୋମି ଅଲୀ, ୟୁଲିଆ ବନ୍ଦୁର, କଟ୍ରିନା କୈଫ ଆଦି ନାମ ରହିଛି। ଅନେକଙ୍କୁ ଡେଟ୍‌ କରିଥିଲେ ହେଁ ବିବାହ ଯାଏ କଥା ଯାଇନାହିଁ। ଏବେ ତାଙ୍କୁ ୫୮ ବର୍ଷ ହେଲାଣି। ଏମିତିରେ ବାପା ସଲିମ ଉକ୍ତ କାରଣ ଉପରୁ ପରଦା ଉଠାଇଛନ୍ତି।

ସଲିମ କହିଛନ୍ତି, ସଲମାନ ଶୀଘ୍ର ସମ୍ପର୍କରେ ପଶିଯାଆନ୍ତି। ହେଲେ ବିବାହ କରିବାକୁ ସାହସ କରିପାରନ୍ତି ନାହିଁ। ସେ ସ୍ବଭାବରେ ବେଶ ସରଳ। ସହଜରେ ଯେକେହି ଆକର୍ଷିତ ହୋଇଯାଆନ୍ତି। ହେଲେ ସବୁ ଯୁବତୀଙ୍କଠାରୁ ଏତିକି ଜାଣିବାର ଥାଏ ଯେ ସେ ତାଙ୍କ ମା’ଙ୍କ ଭଳି ଘରକୁ ସମ୍ଭାଳିପାରିବେ ତ। ଯଦି ଉତ୍ତର ନା ଆସେ ତେବେ ସେ ପଛକୁ ହଟିଯାଆନ୍ତି। ଯେଉଁ ମହିଳାଙ୍କୁ ସେ ବିବାହ କରିବେ ସେ ପିଲା ଏବଂ ତାଙ୍କ ପ୍ରତି ଯତ୍ନବାନ ହେଉ ବୋଲି ସେ ଚାହାନ୍ତି। ଯେମିତିକି ତାଙ୍କ ମା’ ଥିଲେ। ଆଜିକାଲି ସମୟରେ କିନ୍ତୁ ଏହା ସହଜ ନୁହେଁ ବୋଲି ସେ କହିଛନ୍ତି।

Share