ସଲମାନ୍‌ ନୁହନ୍ତି ଏହି ଚକୋଲେଟ ବୟ ବଲିଉଡ୍‌ରେ ଆରମ୍ଭ କରିଥିଲେ ଶର୍ଟଲେସ୍‌ ଟ୍ରେଣ୍ଡ୍‌

ବଲିଉଡ୍‌ ଫିଲ୍ମରେ ଅନେକ ହ୍ୟାଣ୍ଡଶମ୍‌ ଏବଂ ସ୍ମାର୍ଟ ଅଭିନେତା ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ଏହି ତାଲିକାରେ ନାମ ରହିଥିବା ଜଣେ ଅଭିନେତା ହେଲେ ଜୟ ମୁଖାର୍ଜୀ। ୬୦ ଦଶକରେ ଜୟ ଚକୋଲେଟ ବୟ ଭାବେ ବେଶ୍‌ ପରିଚିତ ଥିଲେ। ୧୯୬୦ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଲଭ୍‌ ଇନ୍‌ ଶିମ୍‌ଲା’ରୁ ସେ ବଲିଉଡ୍‌ରେ ପାଦ ଦେଇଥିଲେ। ଏହା ପରେ ଅନେକ ଫିଲ୍ମରେ କାମ କଲେ। ଜୟଙ୍କ ପ୍ରଥମ ଫିଲ୍ମ ରିଲିଜ୍‌ ହେବା ପରେ ଝିଅମାନେ ତାଙ୍କ ପଛରେ ପାଗଳ ହୋଇଯାଇଥିଲେ। ଫିଲ୍ମ ଇଣ୍ଡଷ୍ଟ୍ରିରେ ସଲମାନ୍‌ ନୁହନ୍ତି ବରଂ ଜୟ ସର୍ଟଲେଶ୍‌ ଟ୍ରେଣ୍ଡ ଆରମ୍ଭ କରିଥିଲେ। ତାଙ୍କର ବିଶେଷତ୍ୱ ହେଉଛି, ସେ କୌଣସି ଦିନ ବ୍ୟାୟାମରୁ ବଞ୍ଚିତ ହେଉ ନ ଥିଲେ। ଏଥିସହ ସେ କୁସ୍ତି, ବକ୍ସିଂ କରିବା ସହ ଫୁଟବଲ୍‌ ମଧ୍ୟ ଖେଳୁଥିଲେ। ଅଭିନୟ କରିବା ପରେ ମଧ୍ୟ ତାଙ୍କର କ୍ରିଡା ପ୍ରତି ଆଗ୍ରହ ରହିଥିଲା।
ଜୟ ଫିଲ୍ମ ପରିବାରର ଥିଲେ। ତାଙ୍କ ପିତା ଶଶଧର ମୁଖାର୍ଜୀଙ୍କ ବିବାହ ଅଭିନେତା ଅଶୋକ କୁମାରଙ୍କ ଭଉଣୀ ସତୀ ଦେବୀଙ୍କ ସହ ହୋଇଥିଲା। ଜୟ ହେଉଛନ୍ତି ଦେବ ମୁଖାର୍ଜୀ ଏବଂ ଶୋମୁ ମୁଖାର୍ଜୀଙ୍କ ଭାଇ। ଶୋମୁଙ୍କ ବିବାହ ଅଭିନେତ୍ରୀ ତନୁଜାଙ୍କ ସହ ହୋଇଥିଲା। ତାଙ୍କର ୨ ଝିଅ ଅଭିନେତ୍ରୀ କାଜଲ ଏବଂ ତନୁଜା ମୁଖାର୍ଜୀ ଅଛନ୍ତି। ସେହିପରି ରାଣୀ ମୁଖାର୍ଜୀଙ୍କ ବାପା ରାମ ମୁଖାର୍ଜୀ ଜୟଙ୍କ ଦାଦା ପୁଅ ଭାଇ ଥିଲେ।

Share