ବଡ଼ ପରଦାକୁ ଫେରୁଛନ୍ତି ବର୍ଷା, ୭ରେ ରିଲିଜ ହେବ ‘ବସ୍‌’

ଭୁବନେଶ୍ୱର: ଦୀର୍ଘ ଦିନର ବ୍ୟବଧାନ ପରେ ବଡ଼ ପରଦାକୁ ଫେରୁଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଫିଲ୍ମ ‘ବସ୍‌’ରେ ସେ ନାୟିକା ଭାବେ ନଜର ଆସିବେ। ଏହାର ଟ୍ରେଲର ରିଲିଜ କରାଯାଇଥିବା ବେଳେ ଫିଲ୍ମରେ ଅଭିନେତ୍ରୀଙ୍କ ଦମ୍‌ଦାର ଲୁକ୍‌ କିମିଆଁ କରୁଛି। ଆସନ୍ତା ୭ ତାରିଖରେ ଏହି ଫିଲ୍ମ ରିଲିଜ ହେବ। ଏହାପୂର୍ବରୁ ବର୍ଷାଙ୍କ ସହ ପୁରା ଟିମ୍‌ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି।

ଆର୍‌ଆର୍‌ ଇଭେଣ୍ଟ ଆଣ୍ଡ ସିନେପ୍ରଡକ୍ସନ ବ୍ୟାନ୍‌ରରେ ‘ବସ୍‌’ରେ ବର୍ଷା ମୁଖ୍ୟ ଚରିତ୍ରରେ ଅଛନ୍ତି।  ଫିଲ୍ମର ନିର୍ଦ୍ଦେଶନା ତ୍ରିପତି ସାହୁ ଦେଇଥିବା ବେଳେ ପ୍ରଯୋଜନା କରିଛନ୍ତି ରମେଶ ବାରିକ। ସେହିଭଳି ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର।

 

ତେବେ ଫିଲ୍ମର ଚରିତ୍ର ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ। ଆଜିର ସମାଜରେ ଘଟୁଥିବା ଘଟଣାବଳୀକୁ ଭିନ୍ନ ରୂପରେ ଫିଲ୍ମରେ ଦେଖିବାକୁ ମିଳିବ। ଯାହା ସମସ୍ତଙ୍କୁ ନିଶ୍ଚିତ ଭଲ ଲାଗିବ ବୋଲି ବର୍ଷା କହିଛନ୍ତି।

Share