Posted inଖେଳ

୧୧ରୁ ଇଂଲଣ୍ଡରେ ମନୋରଞ୍ଜନଧର୍ମୀ କ୍ରିକେଟ ଫେରିବ

ଲଣ୍ଡନ,୪।୭(ପି.ଟି.): ଆସନ୍ତା ୧୧ ତାରିଖରୁ ଇଂଲଣ୍ଡରେ ମନୋରଞ୍ଜନଧର୍ମୀ କ୍ରିକେଟ ଫେରିବ ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ତରଫରୁ କୁହାଯାଇଛି। ପ୍ରଧନମନ୍ତ୍ରୀ ବୋରିସ ଜନସନ ଏନେଇ ସବୁଜ ସଙ୍କେତ ଦେବା ପରେ ଇସିବି ଏ ସଂକ୍ରାନ୍ତରେ ଘୋଷଣା କରିଛି। କେବଳ ଇଂଲଣ୍ଡରେ ଏଭଳି କ୍ରିକେଟ ଆରମ୍ଭ କରାଯିବ ବୋଲି ସ୍ପଷ୍ଟ କରାଯାଇଛି। ୟୁନାଟେଡ କିଙ୍ଗ୍‌ଡମ୍‌ (ୟୁକେ) ଏ ନେଇ ଅନୁମତି ଦେଇଥିାରୁ ଇସିବି ଖୁସି ଜାହିର କରିଛି। ସ୍ବାସ୍ଥ୍ୟ ଓ ନିରାପତ୍ତା ତଥା ସାମାଜିକ ଦୂରତ୍ୱକୁ ପ୍ରଧାନ୍ୟ ଦେଇ କ୍ରିକେଟ ଆୟୋଜନ ଉପରେ ଗୁରୁତ୍ୱ ଦିଆଯାଇଛି।
କ୍ରିକେଟର ଶୀଘ୍ର ପ୍ରତାବର୍ତ୍ତନ ନେଇ ଆମେ କାର୍ଯ୍ୟକରିବାକୁ ଚାହୁଁଛୁ ବୋଲି ଜନ୍‌ସନ୍‌ କହିଛନ୍ତି। ଆଗାମୀ କିଛି ଦିନ ମଧ୍ୟରେ ଏ ନେଇ ଆମେ ଗାଇଡ୍‌ ଲାଇନ୍‌ ଜାରି କରିବୁ। ଯାହାଫଳରେ ଆସନ୍ତା ସପ୍ତାହ ଶେଷ ବେଳକୁ କ୍ରିକେଟ ପୁଣିଥରେ ଆରମ୍ଭ ହୋଇପାରିବ ବୋଲି ସେ କହିଛନ୍ତି। ଇସିବି ମଧ୍ୟ ଏ ନେଇ ବିଭିନ୍ନ ବିଭାଗ ସହ ଆଲୋଚନା ଜାରି ରଖିଛି। ଖୁବ୍‌ଶୀଘ୍ର ଇଂଲଣ୍ଡରେ ପେସାଦାର କ୍ରିକେଟ ଆରମ୍ଭ ହେବା ପାଇଁ ପଥ ପରିସ୍କାର ହୋଇଛି। ଇଂଲଣ୍ଡ ଓ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ଜୁଲାଇ ୮ ତାରିଖରୁ ସାଉଥାମ୍ପଟନ୍‌ରେ ପ୍ରଥମ ଟେଷ୍ଟ ଆରମ୍ଭ ହେବ। କୋଭିଡ୍‌-୧୯ ମହାମାରୀ କାରଣରୁ ପାଖାପାଖି ୪ ମାସ ହେବ କ୍ରିକେଟ ସାରା ବିଶ୍ୱରେ ବନ୍ଦ ରହିଥିଲା। ଏହି ସିରିଜ୍‌ ମାଧ୍ୟମରେ ଅନ୍ତର୍ଜାତୀୟ କ୍ରିକେଟର ପ୍ରତ୍ୟାବର୍ତ୍ତନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Champions Trophy 2025: ଯୁଦ୍ଧ ପୂର୍ବରୁ ପରାଜୟ ସ୍ବୀକାର କଲା ପାକିସ୍ତାନ! ଅଧିନାୟକ କହିଲେ, ଆମେ ଚାପରେ…

ଇସଲାମାବାଦ୍‌,୧୯।୨: ଆଜିଠାରୁ ଚାମ୍ପିଅନ୍ସ ଟ୍ରଫି ଟୁର୍ନାମେଣ୍ଟ ଆରମ୍ଭ ହେଉଛି। ଏହି ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଆୟୋଜକ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ଦଳ ପରସ୍ପର ମୁହାଁମୁହିଁ ହେବେ।...

Champions Trophy 2025: ଭାରତକୁ ଧମକ ଦେଲା ପାକିସ୍ତାନ: ଯେକୌଣସି ପରିସ୍ଥିତିରେ ଆମ ମାଟିରେ ଲାଗିବନି ଭାରତ ପତାକା

ଇସଲାମାବାଦ୍‌,୧୯।୨:ଆଜିଠାରୁ ପାକିସ୍ତାନରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ସମସ୍ତ ପ୍ରସ୍ତୁତି ସମାପ୍ତ କରିଛି। ଏଥିପାଇଁ କଡ଼ା...

Champions Trophy 2025 Free Live Streaming: ଆଜିଠୁ ‘ମିନି ବିଶ୍ୱକପ୍‌’: ଜାଣନ୍ତୁ କେଉଁଠି ଦେଖିପାରିବେ ମ୍ୟାଚ୍‌

ଦୁବାଇ/କରାଚୀ,୧୯।୨: ଆଇସିସି ଚାମ୍ପିୟନ୍ସ ଟ୍ରଫିର ନବମ ସଂସ୍କରଣ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ କରାଚୀର ନ୍ୟାଶନାଲ ବ୍ୟାଙ୍କ...

୧୩ ଛକା, ୨୫ ଚୌକା, କରିଛନ୍ତି ୩୧୭ ରନ୍‌…କାହିଁକି ହିଟ୍‌ମ୍ୟାନ୍‌ଙ୍କୁ କୁହାଯାଉଛି ଦୁବାଇର ‘ଡନ୍‌’

ନୂଆଦିଲ୍ଲୀ,୧୮।୨: ରୋହିତ ଶର୍ମା କ୍ରିକେଟ ଜଗତରେ ହିଟ୍‌ମ୍ୟାନ୍‌ ଭାବରେ ଜଣାଶୁଣା। ସେ ଯେକୌଣସି ମଇଦାନ ନଚେତ ବୋଲର୍‌ଙ୍କ  ବଲ୍‌ରେ ଛକା ମାରୁଥିବାରୁ ତାଙ୍କୁ ଏଭଳି ନାମ...

Team Indiaରେ ସୁଯୋଗ ମିଳୁନାହିଁ ବୋଲି ପୃଥ୍ବୀଙ୍କ ଭଳି ବଡ଼ ନିଷ୍ପତ୍ତି ନେଲେ ଶାର୍ଦ୍ଦୁଳ, ଏଣିକି…

ନୂଆଦିଲ୍ଲୀ,୧୮।୨: ଭାରତର ଷ୍ଟାର ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ବହୁତ ଦିନ ଧରି ଟିମ୍‌ ଇଣ୍ଡିଆରୁ ବାହାରେ ଅଛନ୍ତି। ସେ ୧ ବର୍ଷରୁ ଅଧିକ ସମୟ ଧରି...

Champions Trophy 2025: ଟିମ୍‌ ଇଣ୍ଡିଆରେ ଆଉ ଏକ ବିବାଦ, ଗୌତମ ଗମ୍ଭୀରଙ୍କ ଉପରେ ଋଷଭ ପନ୍ତ ଖପ୍ପା? ଚମକାଇବ କାରଣ…

ନୂଆଦିଲ୍ଲୀ,୧୮।୨: ଟିମ୍‌ ଇଣ୍ଡିଆରେ ମୁଣ୍ଡ ଟେକିଛି ନୂଆ ବିବାଦ। ଗୌତମ ଗମ୍ଭୀର ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ହେବା ଦିନଠାରୁ, ସେ ଦଳର ବିଜୟ ଅପେକ୍ଷା...

Champions Trophy 2025: ଦୁନିଆକୁ ବୁଝାଇବା ପାଇଁ ୨୯ ବର୍ଷ ଲାଗିଗଲା…କାହିଁକି ଏମିତି କହିଲେ ପାକିସ୍ତାନୀ ଖେଳାଳି

ଇସଲାମାବାଦ୍‌,୧୮।୨: ପାକିସ୍ତାନ ପ୍ରାୟ ୩୦ ବର୍ଷ ପରେ ICC ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଆସୁଛି। ପୂର୍ବରୁ, ପାକିସ୍ତାନ ୧୯୯୬ରେ ବିଶ୍ୱକପ ଆୟୋଜନ କରିଥିଲା। ପାକିସ୍ତାନ ବ୍ୟତୀତ, ସେହି...

ICC Champions Trophy ପୂର୍ବରୁ ଭାରତକୁ ଲାଗିଲା ବଡ଼ ଝଟ୍‌କା, ହଠାତ୍‌ ସ୍ବଦେଶ ଫେରିଲେ…

ଦୁବାଇ,୧୮।୨: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଖେଳିବାକୁ ଦୁବାଇରେ ପହଞ୍ଚି ସାରିଛି ଟିମ୍‌ ଇଣ୍ଡିଆ। ହେଲେ ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଦଳକୁ ଲାଗିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image