ବମ୍ବେ: ବିବାଦରେ ରହି ଆସୁଥିବା ଅଭିନେତ୍ରୀ ସୋମି ଅଲିଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ। ମାନବ ଚାଲାଣ ଶିକାର ହୋଇଥିବା ଜଣେ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ହାତ ଭାଙ୍ଗି ଯାଇଛି। ଏପରିକି ତାଙ୍କ ଶରୀରର ଅନେକ ସ୍ଥାନରେ ଆଘାତ ଲାଗିଛି। ଏନେଇ ଅଭିନେତ୍ରୀ ନିଜେ ପ୍ରଶଂସକଙ୍କୁ ଜଣାଇଛନ୍ତି।
ନିଜକୁ ଜଣେ ସାମାଜିକକର୍ମୀ ବୋଲି ସୋମି ପରିଚୟ ଦେଇଥାନ୍ତି। ମାନବ ଚାଲାଣ ରୋକିବା ଦିଗରେ ସେ ପୋଲିସ ସହ ମିଶି କାମ କରୁଛନ୍ତି। ପୀଡ଼ିତାଙ୍କୁ ଘରୁ ବାହାରକୁ ଅଣା ନ ଯିବା ଯାଏ କାର୍ରୁ ବାହାରକୁ ନ ଆସିବାକୁ କୁହାଯାଇଥିଲା। ହେଲେ ସେ କିଛି ଲୋକଙ୍କ ସହ ଚାଲାଣକାରୀଙ୍କ ସହ ବାହାରେ ଅପେକ୍ଷା କରିଥିଲେ।
ଏହି ସମୟରେ ହଠାତ ଚାଲାଣକାରୀ ତାଙ୍କୁ ଆକ୍ରମଣ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବାମ ହାତ ଧରିନେଇ ମୋଡ଼ି ଦେଇଥିଲେ। ସୋମି ଚିତ୍କାର କରିଥିଲେ। ଏଥିରେ ତାଙ୍କର ହେୟାର ଲାଇନ୍ ଭାଙ୍ଗି ଯାଇଛି। ଏବେ ସେ ବିଛଣାରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି।
ଅଭିନେତ୍ରୀଙ୍କ କହିବାନୁସାରେ, ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ୬ରୁ ୮ ସପ୍ତାହ ଲାଗିପାରେ। ତାଙ୍କର ହାତଗୋଡ ଫୁଲି ଯାଇଥିବାରୁ ଯନ୍ତ୍ରଣା ହେଉଛି। ଏଥିଲାଗି ସେ ନିଜ କାମ ନିଜେ କରିପାରୁନାହାନ୍ତି।
ତେବେ ସୋମିଙ୍କ ବିଷୟରେ ଜାଣିବା ପରେ ପ୍ରଶଂସକମାନେ ଦୁଃଖ ପ୍ରକାଶ କରିବା ସହ ଆଶୁ ଆରୋଗ୍ୟ କାମନା କରୁଛନ୍ତି।