Advertisement

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର ମଧ୍ୟ ଭାଜପା ଟିକେଟରୁ ନିର୍ବାଚନ ଲଢ଼ୁଛନ୍ତି। ତେବେ ସେ ନିର୍ବାଚନ ଲଢିବାକୁ ତାଙ୍କ ସ୍ବାମୀ ତଥା ବଲିଉଡ୍‌ର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ପସନ୍ଦ କରୁ ନ ଥିଲେ। ଏନେଇ ଏକ ସାକ୍ଷାତ୍‌କାରରେ ହେମାମାଳିନୀ ଖୁଲାସା କରିଛନ୍ତି। ସେ ରାଜନୀତିରେ ଯୋଗଦିଅନ୍ତୁ ବୋଲି ଧର୍ମେନ୍ଦ୍ର ଚାହୁଁ ନ ଥିବା ଏକ ସାକ୍ଷାତ୍‌କାର ଦେବା ସମୟରେ ହେମାମାଳିନୀ କହିଛନ୍ତି। ରାଜନୀତି କରିବାକୁ ଧର୍ମେନ୍ଦ୍ର ପସନ୍ଦ କରୁ ନ ଥିବା ସେ କହିଛନ୍ତି। ନିର୍ବାଚନ ଲଢ଼ିବା ଏକ କଷ୍ଟସାଧ୍ୟ କାର୍ଯ୍ୟ କହି ଧର୍ମେନ୍ଦ୍ର ତାଙ୍କୁ ନିର୍ବାଚନରେ ଲଢ଼ିବାକୁ ମନା କରିଥିଲେ। ତେବେ ଧର୍ମେନ୍ଦ୍ରଙ୍କର ଏହି ଉକ୍ତିକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିବା ହେମାମାଳିନୀ କହିଛନ୍ତି। ନିର୍ବାଚନ ଲଢିବା ସମୟରେ ସାଧାରଣତଃ ତାଙ୍କୁ ବହୁଳ ଭାବେ ଯାତ୍ରା କରିବାକୁ ପଡ଼ିଥାଏ। ତେଣୁ ସେ କେତେକାଂଶରେ ଅସୁବିଧାର ସମ୍ମୁଖୀନ ହେଉଥିବା ସ୍ବୀକାର କରିଛନ୍ତି। ତଥାପି ମଧ୍ୟ ଲୋକଙ୍କ ପାଇଁ କାର୍ଯ୍ୟକରି ବହୁ ଆତ୍ମସନ୍ତୋଷ ମିଳୁଥିବା ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share