ଏହି ଅଭିନେତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ସାରା ଅଲ୍ଲୀ ଖାନ୍‌: ବାପା ରଖିଲେ ଏମିତି ସର୍ତ୍ତ

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ନିଜର ସୁନ୍ଦର ଅଭିନୟ ପାଇଁ ବେଶ୍‌ ପରିଚିତ। ଏଥିସହ ପ୍ରେମ ସମ୍ପର୍କକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଅନେକ ଅଭିନେତ୍ରୀଙ୍କ ସହ ତାଙ୍କ ନାମ ଯୋଡି ହୋଇଥିଲେ ମଧ୍ୟ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଝିଅ ସାରାଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ସେ ଚର୍ଚ୍ଚାରେ। ସାରା ମଧ୍ୟ ତାଙ୍କୁ ବେଶ୍‌ ପସନ୍ଦ କରନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ନିଜ ସମ୍ପର୍କକୁ ନେଇ କିଛି କହି ନାହାନ୍ତି। ହେଲେ କରଣ ଜୋହରଙ୍କ ଶୋ’ ‘କଫି ଓ୍ବିଥ୍‌ କରଣ’ରେ ସାରା କହିଥିଲେ, କାର୍ତ୍ତିକ ହେଉଛନ୍ତି ତାଙ୍କର କ୍ରସ। ଏଥିସହ ସେ କାର୍ତ୍ତିକଙ୍କୁ ଡେଟ୍‌ କରିବାକୁ ଚାହୁଁଥିବା ମଧ୍ୟ କହିଥିଲେ। ଏହା ପରଠାରୁ କାର୍ତ୍ତିକ ଏବଂ ସାରାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ତେବେ ଏହି ଶୋ’ରେ ସାରାଙ୍କ ସହ ବାପା ସୈଫ୍‌ ମଧ୍ୟ ଉପସ୍ଥିତ ଥିଲେ। ଝିଅ ମୁହଁରୁ ଏପରି ଶୁଣିବା ପରେ ସୈଫ୍‌ କହିଥିଲେ, ଯାହା ପାଖରେ ବହୁତ ଧନ ଥିବ ଏବଂ ଯିଏ ମୋ ଝିଅର ଖର୍ଚ୍ଚ ବହନ କରିପାରୁଥିବ ମୁଁ ତା ସହ ଝିଅକୁ ବିବାହ କରାଇବି ବୋଲି କହିଥିଲେ। ଏବେ କେବଳ ଦେଖିବାକୁ ବାକି କାର୍ତ୍ତିକ ସାରାଙ୍କୁ ବିବାହ କରିପାରୁଛନ୍ତି ନି ନାହିଁ।

Share