Categories: ବାଣିଜ୍ୟ

ଅମ୍ବାନୀ ପରିବାରର ବଡ଼ ବୋହୂ ସଙ୍ଗୀତ ସେରିମନିରେ ପିନ୍ଧିଥିଲେ ‘ଲଭ୍‌ ଷ୍ଟୋରୀ ଲେହେଙ୍ଗା’, ଜାଣନ୍ତୁ ଏହା ପଛର କାହାଣୀ…

୯ ମାାର୍ଚ୍ଚ ୨୦୧୯ରେ ଅମ୍ବାନୀ ପରିବାର ସେମାନଙ୍କ ବଡ଼ ବୋହୁ ଶ୍ଲୋକା ମେହେଟ୍ଟାଙ୍କୁ ଘରକୁ ସ୍ବାଗତ କରିଥିଲେ। ଏହି ବିବାହ ସାଧାରଣ ବିବାହ ନ ଥିଲା। ଦେଶ ବିଦେଶରୁ ଅନେକ ବଡ଼ ବଡ଼ ଲୋକ ଏହି ସମାରୋହରେ ସାମିଲ ହୋଇଥିଲେ। ଏହି କାରଣ ପାଇଁ ପ୍ରାୟ ମାସେ ପର୍ଯନ୍ତ ଏହି ବିବାହ ଚର୍ଚ୍ଚାରେ ରହିଥିଲା। ତେବେ ଏହି ବିବାହ କେବଳ ଅତିଥିଙ୍କ ଯୋଗୁ ତାହା ନୁହେଁ, ବରଂ ବୋହୂ ଶ୍ଲୋକାଙ୍କୁ ନେଇ ମଧ୍ୟ ଚର୍ଚ୍ଚାରେ ଥିଲା।
ଭାରତର ସବୁଠୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଘରର ବଡ଼ ବୋହୂ ହେବାକୁ ଯାଉଥିବା ଶ୍ଲୋକାଙ୍କ ଉପରେ ସମସ୍ତଙ୍କର ନଜର ଥିଲା। ତେବେ ସଙ୍ଗୀତରେ ଶ୍ଲୋକା ପିନ୍ଧିଥିବା ଲେହେଙ୍ଗା ଥିଲା ସବୁଠାରୁ ସ୍ବତନ୍ତ୍ର। ଏହି ଅବସରରେ ଶ୍ଲୋକା ଗୋଲାପୀ ରଙ୍ଗର ଏକ ଲେହେଙ୍ଗା ପିନ୍ଧିଥିଲେ। ଏହାର ବିଶେଷତ୍ୱ ହେଉଛି ଲେହେଙ୍ଗା ମାଧ୍ୟମରେ ଶ୍ଳୋକା ତାଙ୍କର ସମ୍ପୂର୍ଣ୍ଣ ପ୍ରେମ କାହାଣୀ କହିଥିଲେ। ଆଜ୍ଞା ହଁ, ଆକାଶ ଅମ୍ବାନୀଙ୍କ ସହ ପ୍ରଥମ ସାକ୍ଷାତ ଠାରୁ ଆରମ୍ଭ କରି ପ୍ରେମ ପ୍ରସ୍ତାବ, ନିର୍ବନ୍ଧ ପର୍ଯ୍ୟନ୍ତ ସବୁକିଛି ଏହି ଲେହେଙ୍ଗାରେ ଦର୍ଶଯାଇଥିଲା। ଏହିସହ ଶ୍ଲୋକାଙ୍କ ଶାଶୁ, ଶ୍ୱଶୁର ଅର୍ଥାତ୍‌ ନୀତା ଅମ୍ବାନୀ ଏବଂ ମୁକେଶ ଅମ୍ବାନୀଙ୍କ ନାମ ଲେଖାଯାଇଥିଲା। ଲେହେଙ୍ଗାରେ ଶ୍ଲୋକା ରାଜକୁମାରୀଙ୍କ ଠାରୁ କିଛି କମ୍‌ ଦେଖାଯାଉ ନ ଥିଲେ। ଏହାକୁ ତିଆରି କରିବାକୁ କାରିଗରଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା। ଏହି ଲୋହେଙ୍ଗା ହାତରେ ତିଆରି ହୋଇଥିଲା। ଏଥିରେ ଏମ୍ବୋ୍ରଡରୀ ସହ କ୍ରିଷ୍ଟଲ ଏବଂ ଗ୍ଲାସର ବ୍ୟବହାର କରାଯାଇଥିଲା।

Share