Categories: ବାଣିଜ୍ୟ

ମନୋରଞ୍ଜନ ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର କମିଶନର

ଭୁବନେଶ୍ୱର,୩।୪: ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର କମିଶନର ଭାବେ ବରିଷ୍ଠ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ମନୋରଞ୍ଜନ ପାଣିଗ୍ରାହୀ ନିକଟରେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏପରିକି ସେ ବିହାର ଓ ଝାଡ଼ଖଣ୍ଡ ସମେତ ଓଡ଼ିଶାର ଦାୟିତ୍ୱ ମଧ୍ୟ ନିର୍ବାହ କରିବେ। ଉଲ୍ଲେଖଯୋଗ୍ୟ, ୧୯୮୮ରେ ପାଣିଗ୍ରାହୀ ଭାରତୀୟ ରାଜସ୍ବ ସେବାର ଅଧିକାରୀ ଭାବେ ନିଯୁକ୍ତ ହୋଇଥିଲେ। ଏହା ପୂର୍ବରୁ ସେ ପଶ୍ଚିମବଙ୍ଗ ଓ ସିକିମ୍‌ର ଅତିରିକ୍ତ ଦାୟିତ୍ୱରେ ମଧ୍ୟ ଥିଲେ। ଅପରପକ୍ଷରେ ପାଣିଗ୍ରାହୀ ଓଡ଼ିଶାର ବିଭିନ୍ନ ସ୍ଥାନରେ କାର୍ଯ୍ୟକରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଏପରିକି ସେ ଓଡ଼ିଶା ସରକାରଙ୍କ ସଂସ୍କୃତି, ସୂଚନା ଓ ଲୋକସମ୍ପର୍କ ବିଭାଗର ଶାସନ ସଚିବ ଭାବେ ଦୀର୍ଘ ୫ବର୍ଷ ଧରି କାର୍ଯ୍ୟ କରିଛନ୍ତି। ସେହିଭଳି ପାଣିଗ୍ରାହୀ ଏକାଧାରରେ ଜଣେ ସୁବକ୍ତା, ସୁସାହିତି୍ୟକ ଓ ସଂସ୍କୃତି ପ୍ରେମୀ ବ୍ୟକ୍ତି ଭାବେ ବେଶ୍‌ ଜଣାଶୁଣା।

Share