ପ୍ରାଣ ପ୍ରତିଷ୍ଠା ନେଇ ସାରା ବିଶ୍ୱରେ ଉତ୍ସାହ: ଆମେରିକା ରାଜରାସ୍ତାରେ ଜୟ ଶ୍ରୀରାମ ସ୍ଲୋଗାନ, ଟାଇମ୍ସ ସ୍କୋୟାରରେ ଲଡୁ ବଣ୍ଟା…

ଓ୍ବାଶିଂଟନ,୨୨।୧ : ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ସାରା ବିଶ୍ୱରେ ଉତ୍ସାହ ଦେଖାଦେଇଛି। ଆମେରିକାର ହିନ୍ଦୁମାନଙ୍କ ମଧ୍ୟରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ଉତ୍ସାହ ରହିଛି। ଏହି ଅବସରରେ, ରାମ ମନ୍ଦିର ଓଭରସିଜ ଫ୍ରେଣ୍ଡସର ସଦସ୍ୟମାନେ ଆମେରିକାର ପ୍ରସିଦ୍ଧ ଟାଇମ୍ସ ସ୍କୋୟାରରେ ଲୋକଙ୍କୁ ଲଡୁ ବଣ୍ଟନ କରିଛନ୍ତି। ଟାଇମ୍ସ ସ୍କୋୟାରରେ ଲୋକଙ୍କ ମଧ୍ୟରେ ଖୁସିର ବାତାବରଣ ରହିଛି।

ଆମେରିକାର ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଅଯୋଧ୍ୟାରେ ରାମ ମନ୍ଦିରର ସମର୍ପଣ ସମାରୋହ ପୂର୍ବରୁ ଗୋଲ୍ଡେନ ଗେଟ ବ୍ରିଜ ଉପରେ ଏକ କାର୍‌ ରାଲିର ଆୟୋଜନ କରିଥିଲେ । ଟେକ୍ସାସ, ନ୍ୟୁୟର୍କ, ନ୍ୟୁ ଜର୍ସି ଏବଂ ଜର୍ଜିଆ ସମେତ ଆମେରିକାର ଅନେକ ସହରରେ ରାମ ମନ୍ଦିର ଉତ୍ସବ ପାଳନ କରାଯାଇଛି। ଆମେରିକାର ରାଜ ରାସ୍ତାରେ ଜୟ ଶ୍ରୀରାମ ସ୍ଲୋଗାନ ହିନ୍ଦୁ ସମ୍ପ୍ରଦାୟଙ୍କ ପକ୍ଷରୁ ଦିଆଯାଇଛି।

ଡେନମାର୍କରେ ରାମ ମନ୍ଦିର ଉଦଘାଟନ ନେଇ ଉତ୍ସବ ମୁଖର ହୋଇ ଉଠିଛି। ଏହି ଅବସରରେ ଡେନମାର୍କର ରାଷ୍ଟ୍ରଦୂତ ପୂଜା କପୁର ରାମଙ୍କୁ ପ୍ରଶଂସା କରିଥିଲେ ଏବଂ ତାଙ୍କ ସହିତ ଭକ୍ତମାନେ ମଧ୍ୟ ଆଧ୍ୟାତ୍ମିକ ପରିବେଶରେ ବୁଡି ରହିଥିଲେ। ଉତ୍ସବର ଅଂଶଗ୍ରହଣକାରୀମାନଙ୍କୁ ଅକ୍ଷତ ବଣ୍ଟନ କରାଯାଇଥିଲା।

କାନାଡାର ଦୁଇଟି ସହରରେ ‘ଅଯୋଧ୍ୟା ରାମ ମନ୍ଦିର ଦିବସ’ ଘୋଷଣା କରାଯାଇଛି। ଓଣ୍ଟାରିଓର ଓକଭିଲ ଏବଂ ବ୍ରମ୍ପଟନ ସହରରେ ୨୨ଜାନୁୟାରୀ ୨୦୨୪ କୁ ‘ଅଯୋଧ୍ୟା ରାମ ମନ୍ଦିର ଦିବସ’ ଭାବରେ ଘୋଷଣା କରାଯାଇଛି। ମ୍ପଟନ ମେୟର ପାଟ୍ରିକ ବ୍ରାଉନ ଏବଂ ଓକଭିଲ ମେୟର ରବି ବର୍ଟନ କହିଛନ୍ତି ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିରର ଉଦଘାଟନ ସମଗ୍ର ବିଶ୍ୱରେ ହିନ୍ଦୁମାନଙ୍କ ପାଇଁ ସାଂସ୍କୃତିକ, ଧାର୍ମିକ ଏବଂ ଐତିହାସିକ ମହତ୍ତ୍ୱ ରହିଛି।

ମରିସସ ମନ୍ଦିରରେ ଶ୍ରୀରାମ ଚରିତ ମାନସର ଚୌପାଇ ପାଠ କରାଉଛି। ୪୮ ପ୍ରତିଶତ ହିନ୍ଦୁ ଜନସଂଖ୍ୟା ଥିବା ମରିସସର ସମସ୍ତ ମନ୍ଦିରରେ ରାମାୟଣ ପାଠ ହେଉଛି। ହାଇ କମିଶନର ହେମାଣ୍ଡୋଇଲ ଦିଲମ କହିଛନ୍ତି କେବଳ ଭାରତ ନୁହେଁ ମରିସସବାସୀଙ୍କ ପାଇଁ ମଧ୍ୟ ଏହି ସମାରୋହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହିନ୍ଦୁ କର୍ମଚାରୀମାନଙ୍କୁ ମଧ୍ୟ ସରକାର ଦୁଇ ଘଣ୍ଟା ଛୁଟି ଦେଇଛନ୍ତି। ସନାତନ ଧର୍ମ ମଣ୍ଡଳ ସଂଗଠନ ଦ୍ୱାରା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ ଯେଉଁଥିରେ ପ୍ରଧାନମନ୍ତ୍ରୀ ପ୍ରବୀଣ କୁମାର ଜଗନ୍ନାଥ ମୁଖ୍ୟ ଅତିଥି ଭାବେ ଯୋଗଦେବେ।

 

Share