କଟକ, ୨ା୨: ଫେବ୍ରୁଆରୀ ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଅହେତୁକ ଉତ୍ସାହ ଦେଖିବାକୁ ମିଳିଛି। ରବିବାର ଅପରାହ୍ଣ ୪ଟାରୁ ଅନଲାଇନ୍ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା ବେଳେ ମାତ୍ର ଅଧଘଣ୍ଟାରେ ଟିକେଟ୍ ସରିଯାଇଛି।
ପ୍ରାୟ ୪,୦୦୦ ଟିକେଟ ଅନଲାଇନ୍ରେ ବିକ୍ରି ହେବାକୁ ଥିବା ବେଳେ ଅଧଘଣ୍ଟାରେ ୨ ଓ ୪ ନଂ ଗ୍ୟାଲେରି ଟିକେଟ୍ ସରିଯାଇଥିଲା। ତେବେ ୫ ଓ ୬ ତାରିଖରେ କାଉଁଟରରେ ମିଳିବ ଟିକେଟ୍।
ଅନ୍ୟପଟେ ଅନଲାଇନ୍ ଟିକେଟ ବିକ୍ରିରେ ଦର୍ଶକଙ୍କ ପସନ୍ଦଯୋଗ୍ୟ ୧ ଓ ୩ ଗ୍ୟାଲେରୀ ସହିତ କର୍ପୋରେଟ ବକ୍ସ ଟିକେଟ୍ ଉପଲବ୍ଧ ହେବ ନ ଥିଲା। ୧ ଓ ୩ ନମ୍ବର ଗ୍ୟାଲେରୀ ପଡିଆ ପାର୍ଶ୍ଵରେ ରହିଥିବାରୁ କ୍ରିକେଟପ୍ରେମୀ ଏହି ଗ୍ୟାଲେରୀ ଟିକେଟ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଥାଆନ୍ତି। କିନ୍ତୁ ଏଥର ଏହି ଦୁଇ ଗ୍ୟାଲେରୀ ଟିକେଟ ନଥିବାରୁ କ୍ରିକେଟପ୍ରେମୀ ଅସନ୍ତୋଷ ପ୍ରକଟ କରିଛନ୍ତି।