ହିଞ୍ଜିଳିକାଟୁ,୧୧।୬(ଦ୍ବିତୀକୃଷ୍ଣ ପଣ୍ଡା): ଭାଜପା ନେତୃତ୍ୱ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା ପରେ ହିଞ୍ଜିଳିକାଟୁ ଭାଜପା ପକ୍ଷରୁ ଖୁସି ପ୍ରକାଶ କରାଯିବା ସହ ଆତସବାଜି ପ୍ରଦର୍ଶିତ ହୋଇଛି।
ମଙ୍ଗଳବାର ସନ୍ଧ୍ୟାରେ ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ ଭାଜପା ସମର୍ଥକ ବାଣ ଫୁଟାଇ, ମିଠା ବାଣ୍ଟି ଖୁସି ମନାଇଛନ୍ତି। ଏଥିରେ ହିଞ୍ଜିଳିକାଟୁ ମଣ୍ଡଳ ଭାଜପା ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ, ମାଧବ ଗୌଡ, କହ୍ନେଇଲାଲ ସାବତଙ୍କ ସହ ବହୁ ଭାଜପା କର୍ମୀ ଉପସ୍ଥିତ ଥିଲେ।