ସାରା ବିଶ୍ୱରେ ଆଧିପତ୍ୟ ବିସ୍ତାର କରିବୁ, ଭିଡିଓ ଜାରି କରି ଚେତାବନୀ ଦେଲେ ହମାସ୍‌ ମୁଖ୍ୟ ଅଲ ଜହର

ଗାଜା,୧୨।୧୦: ଇସ୍ରାଏଲ ଓ ଚରମପନ୍ଥୀ ହମାସ୍‌ ମଧ୍ୟରେ ରକ୍ତାକ୍ତ ସଂଘର୍ଷର ଭୟଙ୍କର ରୂପର ପୋଷ୍ଟମର୍ଟମ ବହୁଦିନ ଧରି ଚାଲୁ ରହିବ। ତେବେ ଅନୁମାନ କରାଯାଉଛି କି, ଯୁଦ୍ଧ ସରୁ ଅବା ନସରୁ ଗାଜା ଷ୍ଟ୍ରିଟ ବର୍ତ୍ତମାନ ଶ୍ମଶାନରେ ପରିଣତ ହେବାକୁ ଯାଉଛି। ଇସ୍ରାଏଲର ଅନେକ ସହରରେ ଅଧାରୁ ଅଧିକାଂଶ ଲୋକଙ୍କର ମୃତ୍ୟୁ ହୋଇଛି। ଏହାରି ଭିତରେ ହମାସ କମାଣ୍ଡର ମହମୁଦ ଅଲ-ଜହରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଅଲ-ଜହର ବିଶ୍ୱରେ ଆଧିପତ୍ୟ ଦଖଲ କରିବା ପାଇଁ ତାଙ୍କ ଦଳର ଅଭିଳାଷକୁ ବର୍ଣ୍ଣନା କରୁଥିବା ଦେଖିବାକୁ ମିଳିଛି। ହମାସ କମାଣ୍ଡରଙ୍କର ଏକ ମିନିଟରୁ ଅଧିକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଭିଡିଓ ବାର୍ତ୍ତା ଜାରି କରି ଅଲ ଜହର ନିର୍ଭୟରେ କହିଛନ୍ତି, ଇସ୍ରାଏଲ ହେଉଛି ଆମର ପ୍ରାରମ୍ଭିକ ଲକ୍ଷ୍ୟ। ପରବର୍ତ୍ତୀ ସମୟରେ ସମଗ୍ର ବିଶ୍ୱରେ ଆମେ ପ୍ରଭାବ ବିସ୍ତାର କରିବୁ। ବିଶ୍ୱର ୫୧୦ନିୟୁତ ବର୍ଗ କିଲୋମିଟର ଏକ ଏପରି ପରିସୀମାରେ ରଖାଯିବ ଯେଉଁଠାରେ କୌଣସି ଅନ୍ୟାୟ, ଅତ୍ୟାଚାର, ହତ୍ୟା ଓ ଅପରାଧ ହେବ ନାହିଁ।

Share