Categories: ଜାତୀୟ

୧୬ ୟୁଟ୍ୟୁବ ଚ୍ୟାନେଲ ଉପରେ କେନ୍ଦ୍ର ସରକାରଙ୍କ ପ୍ରତିବନ୍ଧକ, ୬ଟି ଅପରେଟ ହେଉଥିଲା ପାକିସ୍ତାନରୁ

ନୂଆଦିଲ୍ଲୀ,୨୫ ।୪: ଦେଶରେ ମିଥ୍ୟା ନ୍ୟୁଜ ପ୍ରଚାର ପ୍ରସାର କରୁଥିବା ୟୁଟ୍ୟୁବ ଚ୍ୟାନେଲକୁ ନେଇ କେନ୍ଦ୍ରର ମୋଦି ସରକାର କଠୋର ପଦକ୍ଷେପ ନେଇଛନ୍ତି । ଭାରତ ସରକାର ୧୬ ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରି ଦେଇଛନ୍ତି । ଏସବୁ ୟୁଟ୍ୟୁବ ଚ୍ୟାନେଲ ମଧ୍ୟରୁ ୬ ପାକିସ୍ତାନୀ ଚ୍ୟାନେଲ ସାମିଲ ରହିଛି । ଏସବୁ ଚ୍ୟାନେଲ ଉପରେ ଦେଶରେ ମିଥ୍ୟା ଖବର ପ୍ରଚାର ପ୍ରସାର କରିବା ଅଭିଯୋଗ ହୋଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଭାରତର ରାଷ୍ଟ୍ରୀୟ ସୁରକ୍ଷା, ବିଦେଶୀ ସମ୍ପର୍କ ଓ ସାର୍ବଜନିକ ବ୍ୟବସ୍ଥା ସହ ସମ୍ବନ୍ଧିତ ମିଥ୍ୟା ପ୍ରଚାର ପ୍ରସାରକୁ ନେଇ ୧୬ ୟୁଟ୍ୟୁବ ସମାଚାର ଚ୍ୟାନେଲକୁ ବ୍ଲକ କରି ଦିଆଯାଇଛି । ଭାରତ ସରକାରଙ୍କ ସୂଚନା ଅନୁଯାୟୀ, ଏସବୁ ୟୁଟ୍ରୁ୍ୟବ ଚ୍ୟାନେଲ ଭାରତରେ ଭୟ ସୃଷ୍ଟି କରିବା , ସାଂପ୍ରଦାୟିକ ବିଦ୍ୱେଶକୁ ଉସକାଇବା ଓ ସାର୍ବଜନିକ ବ୍ୟବସ୍ଥାକୁ ବିଗାଡିବା ଲାଗି ମିଥ୍ୟା, ଅସତ୍ୟ ତଥ୍ୟ ପ୍ରଚାର କରୁଥିଲେ । ଏହି ୧୬ ୟୁଟ୍ରୁ୍ୟବ ଚ୍ୟାନେଲର ଦର୍ଶକଙ୍କ ସଂଖ୍ୟା ୬୮ କୋଟିରୁ ଅଧିକ ବୋଲି ଜଣାପଡିଛି ।

Share