ଉଦ୍ୟୋଗୀ ସାଜିବେ କେନ୍ଦୁଝର ଜିଲାର ଯୁବପିଢ଼ି

କେନ୍ଦୁଝର,୩୦।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ ଦୀପକ ମିଶ୍ର): କେନ୍ଦୁଝର ଜିଲାରେ ବସବାସ କରୁଥିବା ବିଭିନ୍ନ ଗୋଷ୍ଠୀ ଏବଂ ସମ୍ପ୍ରଦାୟଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ଜିଲା ପ୍ରଶାସନ ପ୍ରୟାସ ଜାରି ରଖିଛି। ଏହି ପରିପ୍ରେକ୍ଷୀରେ ପ୍ରସ୍ତାବିତ ‘ଉଦ୍ୟମୀ’ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି ମଙ୍ଗଳବାର ଭାରତୀୟ ଉଦ୍ୟୋଗ ବିକାଶ ପ୍ରତିଷ୍ଠାନ (ଇଡିଆଇଆଇ) ଏବଂ ଜିଲା ପ୍ରଶାସନ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଯାଇଛି।
ଏହି ପ୍ରକଳ୍ପ ଜରିଆରେ ଜିଲାର ଗ୍ରାମାଞ୍ଚଳରେ ବିଶେଷ କରି ୭ଟି ଖଣି ପ୍ରଭାବିତ ବ୍ଲକରେ କ୍ଷୁଦ୍ର ବ୍ୟବସାୟୀ ଏବଂ ଅନ୍ୟମାନଙ୍କୁ ତାଲିମ ଓ ପ୍ରୋତ୍ସାହନ ଯୋଗାଇ ସେମାନଙ୍କୁ ଆଗକୁ ବଢ଼ିବାରେ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରାଯିବ। ଏଥିପାଇଁ ଜିଲାସ୍ତରରେ ଏକ ଇନକ୍ୟୁବେସନ ସେଣ୍ଟର ଖୋଲାଯିବା ସାଙ୍ଗକୁ ପ୍ରତିଟି ଖଣି ପ୍ରଭାବିତ ବ୍ଲକରେ ଗୋଟିଏ ଲେଖାଏ ମାଇକ୍ରୋ ଏଣ୍ଟରପ୍ରାଇଜ ରିସୋର୍ସ ସେଣ୍ଟର ମଧ୍ୟ ଖୋଲିବ। ଆଗାମୀ ୫ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ସିଧାସଳଖ ଜିଲାର ୧୦ ହଜାରରୁ ଊର୍ଦ୍ଧ୍ୱ ଯୁବପିଢ଼ିଙ୍କୁ ଲାଭାନ୍ବିିତ କରିବା ସହ ଅଣ ଚାଷ ଏବଂ କୃଷି ସହଯୋଗୀ କ୍ଷେତ୍ରରେ ୩୨୦୦ ଉଦ୍ୟୋଗୀ ସୃଷ୍ଟି କରିବାରେ ସହାୟକ ହେବ। ଏହାସହ ବିଭିନ୍ନ ଉଚ୍ଚଶିକ୍ଷାନୁଷ୍ଠାନ ଏବଂ ବୈଷୟିକ ଓ ଭୋକେସନାଲ ଶିକ୍ଷାନୁଷ୍ଠାନରେ ଏହି ପ୍ରକଳ୍ପ ଅଧୀନରେ ୧୫ଟି ଉଦ୍ୟୋଗ ବିକାଶ ସେଲ ଖୋଲାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଯାହାକି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା, ଅଭିନବ ଚିନ୍ତାଧାରା ଏବଂ ଉଦ୍ୟମିତା କୌଶଳ ବୃଦ୍ଧି କରିବାରେ ବେଶ ସହାୟକ ହେବ। ଆଶାୟୀ ଯୁବପିଢ଼ିଙ୍କୁ ଦକ୍ଷତା ତାଲିମ ପ୍ରଦାନ କରିବା ଏବଂ ସେମାନଙ୍କ ବ୍ୟବସାୟ ସମ୍ପର୍କିତ ସମସ୍ୟାର ସମାଧାନ କରିବା ହେଉଛି ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ। ଏହା ସ୍ଥାନୀୟ ଅଞ୍ଚଳରେ ଆତ୍ମ-ଉଦ୍ୟୋଗ ସୃଷ୍ଟି ଏବଂ ଉଦ୍ୟୋଗିକ ବାତାବରଣ ସୃଷ୍ଟିରେ କାର୍ଯ୍ୟକରିବ। ଏହି ପ୍ରକଳ୍ପ ଉଦ୍ୟୋଗ ବିକାଶ ସମ୍ପର୍କିତ ବିଭିନ୍ନ ସରକାରୀ ଯୋଜନା ଏବଂ କାର୍ଯ୍ୟକ୍ରମ ସହ ମିଶିକରି କାର୍ଯ୍ୟକରିବ। ଏହି ପ୍ରକଳ୍ପ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନ, ଶିକ୍ଷା ସଂସ୍ଥାନ, ନବସୃଜନ ଏବଂ ଇନକ୍ୟୁବେସନ ସେଲ, ତାଲିମ ଅନୁଷ୍ଠାନ, ସିଏସଆର୍‌, ଥିଙ୍କଟ୍ୟାଙ୍କ ସଂସ୍ଥା ଏବଂ ଅନ୍ୟ ଅଗ୍ରଣୀ ଅନୁଷ୍ଠାନ ପାଇଁ ସମ୍ମିଳନୀ ଏବଂ ସହଯୋଗ ମାଧ୍ୟମରେ ଏକ ସୁଯୋଗ ସୃଷ୍ଟି କରିବ।
ଜିଲା ପ୍ରଶାସନ ପକ୍ଷରୁ ଜିଲା ନିଯୁକ୍ତି ଅଧିକାରୀ ଗଣେଶ୍ୱର ନାୟକ ଏବଂ ଇଡିଆଇଆଇ ପକ୍ଷରୁ ମହାନିର୍ଦ୍ଦେଶକ ଡ. ସୁନୀଲ ଶୁକ୍ଲା ଚୁକ୍ତିପତ୍ର ସ୍ବାକ୍ଷର କରିଥିଲେ। ଏହି ଅବସରରେ ଜିଲାପାଳ ଆଶିଷ ଠାକରେ ଏବଂ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଜିଲାପାଳ ଠାକରେ କହିଥିଲେ, ଆତ୍ମ-ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ସହିତ ଉଦ୍ୟୋଗୀ ଇକୋସିଷ୍ଟମକୁ ମଜବୁତ କରିବା ଏବଂ ଯୁବପିଢ଼ି ଓ ମହିଳାମାନଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିବା ପାଇଁ ଏହି ପ୍ରକଳ୍ପ ଏକ ଅଭିନବ ପ୍ରୟାସ ଅଟେ। ଏହି ପ୍ରକଳ୍ପ ଉଦ୍ୟୋଗୀ ଇକୋସିଷ୍ଟମକୁ ଦୃଢ଼ କରିବା ସାଙ୍ଗକୁ ସ୍ଥାନୀୟ ଅର୍ଥନୀତିରେ ସକରାତ୍ମକ ପ୍ରଭାବ ପକାଇବ ଏବଂ କେନ୍ଦୁଝର ଜିଲା ତଥା ଓଡ଼ିଶା ରାଜ୍ୟପାଇଁ ଏକ ଅନ୍ତର୍ଭୂକ୍ତି ଉଦ୍ୟୋଗୀ ମଡେଲ ହେବ ବୋଲି ଇଡିଆଇଆଇର ପୂର୍ବାଞ୍ଚଳ ମୁଖ୍ୟ ଡ. ସୁବ୍ରତ କୁମାର ବିଶ୍ୱାଳ କହିଥିଲେ। ଏଥିରେ ଏଏସ୍‌ସିଆଇର ଆଞ୍ଚଳିକ ମୁଖ୍ୟ ସନ୍ତୋଷ ପଣ୍ଡା ସାମିଲ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇଡିଆଇଆଇ କର୍ପୋରେଟ ପ୍ରୋଜେକ୍ଟ ନିର୍ଦ୍ଦେଶକ ଡ. ରମଣ ଗୁଜରାଲ ଏବଂ ଜିଲା ପ୍ରଶାସନ ଓ ଜିଲା ଖଣିଜ ପ୍ରତିଷ୍ଠାନର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋ ସ୍କୁଟି ଋଣରେ ଲାଞ୍ଚ, ଡିଆର୍‌ସିଏସ୍‌ଙ୍କୁ ତଦନ୍ତ ନିର୍ଦ୍ଦେଶ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବିଞ୍ଝାରପୁର ବ୍ରାଞ୍ଚରେ ସ୍କୁଟି ଋଣରେ ଦୁର୍ନୀତି ଓ ବେଆଇନ କାର୍ଯ୍ୟ ଚାଲିଥିବା ଅଭିଯୋଗ ସଂକ୍ରାନ୍ତରେ ରାଜ୍ୟ...

ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍‌ ସମ୍ପର୍କରେ ସମୀକ୍ଷା ନାହିଁ

କେନ୍ଦ୍ରାପଡ଼ା,୨୧ା୯ (ଜଗନ୍ନାଥ ଧଳ): ପ୍ରକୃତିର ବିସ୍ମୟ ଭିତରକନିକା। ଏହାର ଜୈବ ବିବିଧତା, ସାମୁଦ୍ରିକ ଓ ବନ୍ୟ ସମ୍ପଦ, ଦେଶୀ ବିଦେଶୀ ପକ୍ଷୀ ସମ୍ପର୍କରେ ଦେଶ ବିଦେଶରେ...

ଚିନ୍ତା ବଢ଼ାଇଲା ନକଲି କନ୍ଧମାଳ ହଳଦୀ ବିକ୍ରି: ବିଭାଗ ନୀରବ

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ): ଚାଲିଛି ପର୍ଯ୍ୟଟନ ଋତୁ। ବର୍ଷା ଓ ଶୀତ ଋତୁର ମଧ୍ୟବର୍ତ୍ତୀ ସମୟରେ ଦାରିଙ୍ଗବାଡିକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଆଉ କିଛି...

ବଏଲଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଶାନ୍ତି ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ

ପାଟଣାଗଡ ୨୧।୯ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ ଏନଏସିସ୍ଥିତ ହରିଶଙ୍କର ସମ୍ମିଳନୀ ସଦନଠାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦଶହରା ବଏଲଯାତ୍ରା ପାଇଁ ପ୍ରସ୍ତୁତି ବୈଠକ...

‘ବିଜେଡି ପ୍ରତିଶ୍ରୁତି ଅନୁଯାୟୀ ଷ୍ଟିଲ୍‌ ପ୍ଲାଣ୍ଟ କୁଆଡ଼େ ଗଲା’

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ ଏହା...

ଆଜିଠୁ ୩ଦିନ ରତ୍ନଭଣ୍ଡାରର ବୈଷୟିକ ସର୍ଭେ: ଅପରାହ୍ନ ୧ଟାରୁ କାର୍ଯ୍ୟ ଶେଷ ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ,୨୧ା୯(ଅଜିତ୍‌ କୁମାର ମହାନ୍ତି):ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ସେପ୍ଟେମ୍ବର ୨୧, ୨୨ ଏବଂ ୨୩ ତାରିଖ ତିନିଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ...

ଫରେଷ୍ଟର ଆମତ୍ହତ୍ୟା ମାମଲା:ବିଭାଗୀୟ ଅଧିକାରୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ସ୍ତ୍ରୀ

ରାୟଗଡ଼ା,୨୧ା୯(ଆଶିଷ ରଞ୍ଜନ ପଣ୍ଡା):ଦୀର୍ଘ ୧୨ ବର୍ଷ ବନ ବିଭାଗ ସିଲ୍‌ଭିକ୍‌ଲଚର ଡିଭିଜନରେ କାର୍ଯ୍ୟରତ ଥିଲେ ରାୟଗଡ଼ା ସହର ଶୁଣ୍ଢିସାହିର ଲବଣୀ ନାୟକଙ୍କ ସାନ ପୁଅ ସଞ୍ଜୟ...

ଭାଇ ମୃତ୍ୟୁର ନ୍ୟାୟ ମାଗୁଛି: ନେହୁରା ହେଲେ ଫରେଷ୍ଟରଙ୍କ ଭାଇ

ଭବାନୀପାଟଣା,୨୦ା୯(ଉତ୍ତମ କୁମାର ଦାଶ): ଫରେଷ୍ଟର ଆତ୍ମହତ୍ୟା ମାମଲାକୁ ନେଇ ବିବାଦ ଥମିବାର ନାଁ ଧରୁନି। ମୃତ ଫରେଷ୍ଟର ସଞ୍ଜୟ ନାୟକଙ୍କ ଭାଇ ରବି ନାରାୟଣ ନାୟକ ସାମାଜିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri