Categories: ଜାତୀୟ

ମଣିପୁର ହିଂସାରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନଙ୍କ ଏଣ୍ଟ୍ରି: ଗୁଇନ୍ଦା ବିଭାଗ

ଇମ୍ଫାଲ,୨୧।୭: ୭୪ଦିନ ପରେ ମଣିପୁର ହିଂସା ଥମିବାକୁ ନାଁ ନେଉନାହିଁ। ଏହି ସମୟରେ ଦୁଇ ମହିଳାଙ୍କ ଲୋମଟାଙ୍କୁରା ଭିଡିଓ ଦେଶକୁ ସ୍ତବ୍ଧ କରିଛି। ତେବେ ଏମଧ୍ୟରେ ନିଆଁରେ ଘିଅ ଢାଳିବା କାମ ଆରମ୍ଭ କରିଦେଇଛି ପାକିସ୍ତାନର ଆତଙ୍କବାଦୀ ସଂଗଠନ। ଗୁଇନ୍ଦା ବିଭାଗର ସୂଚନା ଅନୁଯାୟୀ, ଭାଇରାଲ ଭିଡିଓ ବାହାନାରେ ଆତଙ୍କବାଦୀ ମଣିପୁରର ପରିବେଶକୁ ନଷ୍ଟ କରିବାକୁ ଷଡଯନ୍ତ୍ର ଆରମ୍ଭ କରି ଦେଇଛନ୍ତି। ହିଂସାକୁ ନେଇ ପାକିସ୍ତାନ ଏବଂ ଆଇଏସଆଇ ସମର୍ଥିତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଏବଂ ଲଶ୍କର-ଏ-ତାଇବା ଏବଂ ଏହାର ସହଯୋଗୀ ଆତଙ୍କବାଦୀ ସଂଗଠନ ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ (ପିଏଏଫଏଫ) ମଣିପୁରର ଏକ ସମ୍ପ୍ରଦାୟକୁ ଖୋଲା ସମର୍ଥନ ଘୋଷଣା କରିଛିି। ଏ ବିଷୟରେ ସଜାଗ ରହିବାକୁ ଗୁଇନ୍ଦା ବିଭାଗ ସୂଚନା ଦେଇଛନ୍ତି। ବିଶେଷକରି ମଣିପୁରର ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବଢାଯାଇଛି।

Share