Categories: ଜାତୀୟ

ଭଗବାନଙ୍କ ନାମରେ ଜାରି ହେଲା ଏଣ୍ଟ୍ରି ପାସ…

ପ୍ରୟାଗରାଜ,୨୦।୧୨ : ଶ୍ରୀକୃଷ୍ଣ ଜନ୍ମଭୂମି-ଇଦଗାହା ବିବାଦର ଶୁଣାଣି ମଧ୍ୟରେ ଆହ୍ଲାବାଦ ହାଇକୋର୍ଟ ଭଗବାନ କେଶବଙ୍କ ନାମରେ ଏକ ଏଣ୍ଟ୍ରି ପାସ ଜାରି କରିଛନ୍ତି। ଅଭିଯୋଗକାରୀଙ୍କ ଅନୁଯାୟୀ କୋର୍ଟ ଏହି ପାସ ଜାରି କରିଛନ୍ତି। ଏହି ପାସ ରେ ମୋବାଇଲ ନମ୍ବର, କେସ ନମ୍ବର, ଠିକଣା ଇତ୍ୟାଦି ସହିତ ଠାକୁର କେଶବ ଜୀ ମହାରାଜଙ୍କ ନାମ ଲେଖାଯାଇଛି। ଯେତେବେଳେ କି, ବୟସ ସ୍ତମ୍ଭରେ ଶୂନ ବର୍ଷ ଦର୍ଶାଯାଇଛି। ନିକଟରେ ଆଧାର ନମ୍ବର ମଧ୍ୟ ଉଲ୍ଲେଖ କରାଯାଇଛି।

ଶ୍ରୀକୃଷ୍ଣ ଜନ୍ମଭୂମି-ଇଦଗାହା ବିବାଦ ସହ ଜଡିତ ଆବେଦନଗୁଡିକ ହାଇକୋର୍ଟରେ ଶୁଣାଣି ହୋଇଥିଲା। ଯେଉଁଥିରେ ହିନ୍ଦୁ ଦଳ ଭଗବାନ କୃଷ୍ଣଙ୍କ ସହ ଆହ୍ଲାବାଦ ହାଇକୋର୍ଟରେ ପହଞ୍ଚିଥିଲେ। ତେଣୁ ପ୍ରଭୁଙ୍କ ପାଇଁ ଏକ ଏଣ୍ଟ୍ରି ପାସ କରାଯାଇଥିଲା।

ଶ୍ରୀକୃଷ୍ଣ ଜନ୍ମଭୂମି-ଇଦଗାହା ମାମଲାର ଶୁଣାଣି ପାଇଁ ଭଗବାନ କେଶବ ଜୀ ମହାରାଜଙ୍କୁ ଏହି ମାମଲାରେ ବାଦି ନମ୍ବର ୬ କରାଯାଇଛି। ଭଗବାନ ମଥୁରାରୁ ଆହ୍ଲାବାଦ ହାଇକୋର୍ଟରେ ପହଞ୍ଚିଥିଲେ। ଏହା ବ୍ୟତୀତ ଅନ୍ୟ ଅଭିଯୋଗକାରୀଙ୍କ ମଧ୍ୟରେ ଅଶୁତୋଷ ପାଣ୍ଡେ, ଅନିଲ ପାଣ୍ଡେ, ମହନ୍ତ ଧର୍ମେନ୍ଦ୍ର ଗିରି ଜୀ ମହାରାଜ, ସତ୍ୟମ ପଣ୍ଡିତ, ଓମ ଶୁକ୍ଲା ଏବଂ ମନୀଷ ଡାୱରଙ୍କ ନାମ ରହିଛି। କୁହାଯାଉଛି ଏହା ହେଉଛି ପ୍ରଥମ ମାମଲା ଯେଉଁଥିରେ ଭଗବାନଙ୍କ ପାଇଁ ଏକ ଏଣ୍ଟ୍ରି ପାସ ଜାରି କରାଯାଇଛି।

Share