Advertisement

ପରିବେଶ, ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଫିଲ୍ମ ଫେଷ୍ଟିଭାଲ

ଦାରିଙ୍ଗବାଡ଼ି,୬ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ମିଶ୍ର କଲ୍ୟାଣ ମଣ୍ଡପ ପରିସରରେ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଫିଲ୍ମ ଫେଷ୍ଟିଭାଲ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଫେଷ୍ଟିଭାଲରେ ମୁଖ୍ୟତଃ ଜଙ୍ଗଲ ସୁରକ୍ଷା, ଜୈବିକ ପଦ୍ଧତିରେ କୃଷିକାର୍ଯ୍ୟରେ ପରିବେଶର ବିକାଶ, ପ୍ଲାଷ୍ଟିକ ଫ୍ରି, ପ୍ରଦୂଷଣ ବୃଦ୍ଧି ଯୋଗୁ ପରିବେଶ ଉପରେ କିଭଳି ଖରାପ ପ୍ରଭାବ ପକାଉଛି ଏବଂ ଏହାକୁ ରୋକିବା ଦିଗରେ କିଭଳି ପଦକ୍ଷେପ ନେବା ଆବଶ୍ୟକ ସେ ସମ୍ପର୍କରେ ଫିଲ୍ମ ମାଧ୍ୟମରେ ସଚେତନ କରାଯାଇଥିଲା। ଜଙ୍ଗଲ କିଭଳି ଅଧିକରୁ ଅଧିକ ସୃଷ୍ଟି କରାଯିବ ବିଶେଷକରି ଖାଲି ପଡ଼ିଥିବା ଚାଷଜମିରେ ଗଛ ଲଗାଇବା ସହ ପାରମ୍ପରିକ ଚାଷକାର୍ଯ୍ୟ କରାଯିବା ସହ ଜୈବିକ ପଦ୍ଧତିରେ ଚାଷ କରିବା ଦ୍ୱାରା ଜମି ଉନ୍ନତ ରହି। ପରିବେଶ ଓ ସ୍ବାସ୍ଥ୍ୟ ଭଲ ରହିବ ସେ ସମ୍ପର୍କରେ ଫିଲ୍ମ ମାଧ୍ୟମରେ ଅବଗତ କରାଯାଇଥିଲା। ସମସ୍ତ ବିଷୟରେ ଫିଲ୍ମ ପ୍ରଦର୍ଶନ ସହ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଜଳବାୟୁ ପରିବର୍ତ୍ତନରେ ସ୍ଥାନୀୟ ଲୋକଙ୍କ ଭୂମିକା ସମ୍ପର୍କରେ ଅବଗତ କରାଯାଇଥିଲା।

କାର୍ଯ୍ୟକ୍ରମକୁ ଗ୍ରାମବିକାଶ ଅନୁଷ୍ଠାନର ଜିଲା ପରିଚାଳକ ବିଶ୍ୱଜିତ୍‌ ସାହୁ ପରିଚାଳନା କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ସେବିନ ମାଥିୟୁ, ଅରୁଣ ଗୋମାଙ୍ଗ, ଥୋମାସ ସୁନୀଲ, ଜୋଏଲ ଜୋସେ, ବୁଲିଆନ ପ୍ରଧାନ, ଚନ୍ଦ୍ର ସିଂ ମାଝୀ, ଅସ୍ତିନ କୁମାର, ଅକ୍ଷୟ ପରିଚ୍ଛା, ଦିଲୀପ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share