ମାନେକା ଗାନ୍ଧୀ
ହିମାଚଳ ପ୍ରଦେଶର ସୋଲାନସ୍ଥିତ ସାଉଥବାଲେ ସ୍କୁଲରେ ୪୦୦ ପିଲା ପଢୁଛନ୍ତି। ଏହା ଏକ ବିଶ୍ୱସ୍ତରୀୟ ସ୍କୁଲ। ଯୁବ ଏମ୍ବିଏ ଡିଗ୍ରୀଧାରୀ ଯୁବକମାନେ ଏହାକୁ ଚଳାଉଛନ୍ତି। ଏହାର ମାଲିକ ରିଶଭ ଚୋପ୍ରା । ଟେକ୍ନିକାଲ କାର୍ଯ୍ୟ ତୁଲାଉଛନ୍ତି ସ୍ନିଗ୍ଧା ପରିହାର। ଉକ୍ତ ସ୍କୁଲ ନୈତିକ ସାମାଜିକ ସଂହିତା ସହ ସମସ୍ତଙ୍କ ପ୍ରତି ଦୟାଶୀଳ ହେବାର ଶିକ୍ଷା ପ୍ରଦାନ କରେ। ସାମାଜିକ, ନୈତିକ ଏବଂ ବୌଦ୍ଧିକ ଜ୍ଞାନ ପ୍ରତି ସଚେତନ ଥିତ୍ବା ଏକ ଭବିଷ୍ୟତ ପିଢି ସୃଷ୍ଟି କରୁଛି ବୋଲି ଆମେ ବିଶ୍ୱାସ କରୁ। କୋଭିଡ୍ ଲକ୍ଡାଉନ ସମୟରେ ସ୍କୁଲ ପ୍ରତ୍ୟେକ ପିଲାଙ୍କୁ ରାସ୍ତାରେ ବୁଲୁଥିବା ପ୍ରାଣୀମାନଙ୍କୁ ଖାଇବାକୁ ଦେବା ସହ ସେମାନଙ୍କ ଯନତ୍ ନେବା ଲାଗି କହି ସେମାନଙ୍କକୁ ପରୀକ୍ଷା କରିଥିଲା। ଏବେ ବୁଲା କୁକୁର, ଗାଈ,ବିଲେଇ ଏପରି କି ପକ୍ଷୀମାନଙ୍କ ଯନତ୍ ନେବାକୁ ସବୁ ପିଲା ଓ କର୍ମଚାରୀମାନଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛିି। ସେମାନଙ୍କର ବିତର୍କ,ବକ୍ତୃତା, ରିସର୍ଚ୍ଚ-ଷ୍ଟେଶନ ପ୍ରୋଜେକ୍ଟ ଆଦି ସବୁକିଛି ପ୍ରାଣୀ କୈନ୍ଦ୍ରିକ ହୋଇଯାଇଛି। ପିଲାମାନେ ସେମାନଙ୍କ ଖାଦ୍ୟ ଓ କିଚେନ ଓ୍ବେଷ୍ଟରୁ କିଛି ବଞ୍ଚାଇ ପୋଷା ପ୍ରାଣୀମାନଙ୍କୁ ଖୁଆଇବା ଲାଗି ସେଠାରେ ଶିକ୍ଷା ଦିଆଯାଏ। ଏହି କାର୍ଯ୍ୟକୁ ଦୀର୍ଘମିଆଦୀ ଏବଂ ସଂସ୍ଥାଗତ କରିବାକୁ ଆମେ ପ୍ରୟାସ ଜାରି ରଖିଛୁ । ସମାଜରେ ଭଲପାଇବା ଏବଂ ଦୟାଭାବ ବୃଦ୍ଧି କରିବା ଓ ମାନବ ଜୀବନର ମୂଲ୍ୟବୋଧ ବଢ଼ାଇବା ଏବଂ ପିଲାମାନଙ୍କୁ ଦୟାଶୀଳତାର ଆଗୁସାର କରିବା ଏହାର ଲକ୍ଷ୍ୟ।
କୋଏମ୍ବାଟୁରର ଦି ୟେଲୋ ଟ୍ରେନ ସ୍କୁଲ୍ ପିଲାମାନଙ୍କୁ ଜୈବିକ କୃଷି ଓ ବନ୍ୟପ୍ରାଣୀଙ୍କ ସହ ମିଶି ରହିବାର କୌଶଳ ସମ୍ପର୍କରେ ଶିକ୍ଷା ଦିଏ। ସବୁଜ କ୍ଷେତ, ବାଡିବଗିଚା, ଗାଈ ମୟୂରମାନଙ୍କ ମଧ୍ୟରେ ରହିଥିବା ଏହି ସ୍କୁଲ ପିଲାମାନଙ୍କୁ ପୁସ୍ତକ ମନସ୍କ ହେବା ବଦଳରେ ସେମାନଙ୍କୁ ପ୍ରାକୃତିକ ପରିବେଶର ଏକ ଅଂଶ ଭାବେ ଗଢି ତୋଳିବା ଉପରେ ଅଧିକ ଗୁରୁତ୍ୱ ଦିଏ। ଥିରୁଭନ୍ନାମାଲାଇରେ ୨୦୦୯ରେ ପ୍ରତିଷ୍ଠିତ ମାରୁଦମ ଫାର୍ମ ସ୍କୁଲ ମଧ୍ୟ ସମାନ ପ୍ରକାର କାର୍ଯ୍ୟ କରୁଛି। ବନୀକରଣ, ଜୈବିକ କୃଷି ଏବଂ ପ୍ରକୃତି ସହ ଘନିଷ୍ଟ ସମ୍ପର୍କ ବଢ଼ାଇବାରେ ପିଲାମାନଙ୍କୁ ଏହା ନିୟୋଜିତ କରୁଛି। ଏଠାରେ କଳା,ହସ୍ତକଳା ଏବଂ କ୍ରୀଡ଼ା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉତ୍ତରାଖଣ୍ଡର ନୈନିତାଲ ଜିଲାରେ ସୀମାୟଲ ଗାଁର ଚିରାଗ ସ୍କୁଲ ୨୦୦୬ରେ କନାଇ ଲାଲ୍ ଏବଂ ସ୍ଥାନୀୟ ଅଞ୍ଚଳର କଲେଜ ଡିଗ୍ରୀଧାରୀମାନଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଛି। ଏହା ହିମାଳୟ ଅଞ୍ଚଳର ସଂସ୍କୃତି ଓ ଏ୍ୟତିହ୍ୟ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଏ। ସୁମିତ ଆରୋରା ଏହି ସ୍କୁଲର ଅଧ୍ୟକ୍ଷ। ହିମାଳୟରେ ବର୍ଜ୍ୟଗୁଡ଼ିିକୁ ନ ଫିଙ୍ଗିି ତାହାକୁ କିପରି ନଷ୍ଟ କରାଯାଇପାରିବ ସେ ସମ୍ପର୍କରେ ପିଲାମାନଙ୍କୁ ଶିକ୍ଷା ଦିଆଯାଏ।
୧୯୮୮ରେ ସିନ୍ଧୁ ଉପତ୍ୟକାର ଫେଇନି ଗାଁ ନିକଟରେ ସୋନୋମ ଓ୍ବାଙ୍ଗଚୁକଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିତ୍ଲା ସେକମୋଲ। ଏଠାରେ ପିଲା, କର୍ମଚାରୀ ଏବଂ ସ୍ବେଚ୍ଛାସେବୀମାନେ ରହି କାମ କରନ୍ତି ଓ ବ୍ୟବହାରିକ ଜ୍ଞାନ ସମ୍ପର୍କରେ ଶିକ୍ଷାଲାଭ କରିଥାଆନ୍ତି। ଏହାବାଦ୍ ସାମାଜିକ, ପରିବେଶଗତ ତଥା ପାରମ୍ପରିକ ଜ୍ଞାନ, ମୂଲ୍ୟବୋଧ ଏବଂ କୌଶଳ ଆଦି ସେମାନେ ଶିକ୍ଷା କରିଥାଆନ୍ତି। ପିଲାମାନେ ପୁରାତନ ଲଦାଖି ସଙ୍ଗୀତ, ନାଚ ଏବଂ ଇତିହାସ ସହ ଆଧୁନିକ ଶୈଖିକ ଜ୍ଞାନ ଲାଭ କରନ୍ତି। ଜୁନ ୨୦୧୬ରେ ପାରମିରା ଶର୍ମା ଏବଂ ମାଜିନ ମୁକ୍ତାର ଗୁଆହାଟୀ( ଆସାମ)ର ପାକୋହିରେ ପ୍ରତିଷ୍ଠା କରିଥିଲେ ଅକ୍ସାର ସ୍କୁଲ। ବଗିଚା କୌଶଳଠାରୁ ଆରମ୍ଭ କରି ପ୍ରାଣୀଙ୍କ ଯନତ୍, ପାରମ୍ପରିକ ଶକ୍ତି ଉତ୍ସ ସମ୍ପର୍କିତ ଜ୍ଞାନ, ଟେକ୍ନୋଲୋଜି ପାଓ୍ବାରର ଉପଯୋଗ ଯାଏ ଏହି ସ୍କୁଲ ଶିକ୍ଷା ଦେଇଥାଏ। ଏଠାରେ ଦେୟର ଏକ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ଯେଉଁ ଅଭିଭାବକମାନଙ୍କର ଦେୟ ଦେବାରେ ସମସ୍ୟା ରହେ ସେମାନେ ଉପକରଣ ଭାବେ ସମାନ ମୂଲ୍ୟର ପଲିଥିନ ବ୍ୟାଗ୍ ଓ ପ୍ଲାଷ୍ଟିକ ବର୍ଜ୍ୟ ହସ୍ତାନ୍ତର କରିପାରିବେ। ପ୍ଲାଷ୍ଟିକ ପୋଡ଼ିିପାରିବେ ନାହିଁ ବୋଲି ସେଠାରେ ପିଲାମାନଙ୍କୁ ଶପଥ କରାଯାଇଥାଏ।
ଏବେ ପରିବେଶ ସହ ସାଧାରଣ ସ୍କୁଲଗୁଡ଼ିକର କୌଣସି ସମ୍ପର୍କ ରହୁନାହର୍ଁିି। ସେଠାରୁ ବାହାରୁଥିତ୍ତ୍ବା ପିଲାମାନେ ଅସୁଖୀ ହେବା ସହ ସାରା ଜୀବନ ଜୀବନରେ ସୁଖରେ ରହିବାକୁ ଇଚ୍ଛା କରୁଛନ୍ତି। ଚାକିରି, ପଦୋନ୍ନତି, ବଡ଼ ତଥା ଦାମୀ କାର୍ ଏବଂ ଘର ଚାହଁୁଛନ୍ତି। ଆମେ ଏମିତି ପିଲା ସୃଷ୍ଟି କରୁଛୁ ଯେଉର୍ଁମାନେ ଅନ୍ୟ ସମସ୍ତ ଜୀବଙ୍କୁ ଭୟ କରୁଛନ୍ତି, ନିଜ ଜୀବନର ରାସ୍ତା ପାଇବାକୁ ହିଂସା ଉପରେ ଭରସା କରୁଛନ୍ତି। ଏଥିପାଇଁ ଆମ ଦେଶ ଅଧିକ ଅସୁଖୀ ଏବଂ ପ୍ରତ୍ୟେକ ପିଢି ମଧ୍ୟ ଅସୁଖୀ ହେବାରେ ଲାଗିଛନ୍ତି। ଯଦି ଆମେ ଉପର ପ୍ରଦତ୍ତ ସ୍କୁଲଗୁଡ଼ିକୁ ଅନୁକରଣ କରି ପ୍ରକୃତି ସହ ସମନ୍ବୟ ଏବଂ ସହାବସ୍ଥାନ ହିଁ ସୁଖର ପ୍ରକୃତ ରହସ୍ୟ ବୋଲି ଶିକ୍ଷା ଦିଅନ୍ତେ ସେମାନେ ସୁଖୀ ହୋଇପାରନ୍ତେ। ଏହା ବାଦ୍ କିଛି ପାଇବାର କାମନାରେ ସୁଖ ମିଳେ ନାହିଁ ବରଂ ସୁଖ କିଛି ଦେବାରେ ନିହିତ ଥାଏ ଏବଂ ସାରା ବିଶ୍ୱକୁ ସୁନ୍ଦର କରିଥିତ୍ବା ଦୟା ଭାବ ଉପରେ ଯଦି ସେମାନଙ୍କୁ ଶିକ୍ଷା ଦେବା,ତେବେ ସେମାନେ ସୁଖ ପଥରେ ଅଗ୍ରସର ହୋଇପାରିବେ। ଆମେ ବି ସୁଖରେ ବଞ୍ଚିପାରିବା। କିନ୍ତୁ ବିଶ୍ୱକୁ ଭଲ ଭାବେ ହୃଦ୍ବୋଧ କରିବା ଲାଗି ସବୁ ପ୍ରକାର ଟେକ୍ନୋଲୋଜି ଆମ ପାଖରେ ରହିଛି। ଏହି ଦାୟିତ୍ୱ ମୋ ଉପରେ ନ୍ୟସ୍ତ କଲେ ମୁଁ ନିମ୍ନ ବିଷୟଗୁଡ଼ିକୁ ସ୍କୁଲରେ ବାଧ୍ୟତାମୂଳକ କରିବି। ୧-ବ୍ୟାଗ କିମ୍ବା ଜୋତାରେ କୌଣସି ଚମଡ଼ା ରହିବ ନାହିଁ। ୨- ପ୍ରତିବର୍ଷ ପ୍ରତ୍ୟେକ ପିଲାଙ୍କୁ ୭ଟି ଗଛ ଲଗାଇ ସେଗୁଡ଼ିକର ଯନତ୍ ନେବାକୁ ହେବ। ୩- ପ୍ରତ୍ୟେକ ପିଲା ସେମାନଙ୍କ ଅଞ୍ଚଳରେ ପ୍ରାଣୀମାନଙ୍କ ଯନତ୍ ନେଉଥିତ୍ବାର ପ୍ରମାଣ ଦର୍ଶାଇବାକୁ ପଡ଼ିବ। ୪- ନିୟମିତ ୧ ଘଣ୍ଟା ନ୍ୟାଶନାଲ ଜିଓଗ୍ରାଫିକ ଚ୍ୟାନେଲ ଦେଖିବେ ଏବଂ କିପରି ପୃଥିବୀକୁ ସୁରକ୍ଷିତ ରଖାଯିବ ସେ ସମ୍ପର୍କିତ ଚିନ୍ତାଧାରାକୁ ପ୍ରତିଦିନ ସ୍କୁଲରେ ପିଲା ଓ ଶିକ୍ଷକଙ୍କ ଗହଣରେ ଉପସ୍ଥାପନ କରିବାକୁ ପଡିବ। ୫- ପ୍ଲାଷ୍ଟିକ ନୁହେଁ , କେବଳ କାଗଜର ଉଚିତ ବ୍ୟବହାର ଉପରେ ଗୁରୁତ୍ୱ ଦେବେ। ୬- ଖାଦ୍ୟ କିଏ ଆଣିଛି କାହାକୁ ନ ଜଣାଇବା ସହ ତାହାକୁ ସମସ୍ତେ ବାଣ୍ଟି ଖାଇବେ, ଯାହାଦ୍ୱାରା କୌଣସି ପିଲା ଯେପରି ଅପମାନିତ ନ ହେବେ। ୭- ପ୍ରତି ସ୍କୁଲରେ ଏକ ଜୈବିକ ଉଦ୍ୟାନ ରହିବ। ପିଲାମାନେ ଖାଉଥିବା ସମସ୍ତ ଫଳର ମଞ୍ଜି ଆଣି ସେଥିରୁ ଚାରା ଉତାରି ସ୍କୁଲରେ ଏକ ନର୍ସରି ମଧ୍ୟ କରିବେ। ୮-ଶାକାହାରବାଦ ଉପରେ ଜୋର୍ ଦେବା ସହ କାହିଁକି ଏହା ଆବଶ୍ୟକ ତାହା ପିଲାମାନଙ୍କୁ ବୁଝାଇବାକୁ ପଡ଼ିବ। ୯- ପ୍ରତି ସପ୍ତାହରେ ଘଣ୍ଟାଏ ପିଲାମାନେ ପ୍ରତ୍ୟେକ ଧର୍ମର ପବିତ୍ର ଗ୍ରନ୍ଥ ପଢିବେ, ଯାହାଦ୍ୱାରା ସବୁ ପିଲା ପୁରାଣ, ବେଦ, ମହାଭାରତ, ରାମାୟଣ, କୋରାନ , ବାଇବେଲ, ଜୈନ ଏବଂ ବୌଦ୍ଧ ଧର୍ମର ପବିତ୍ର ପୁସ୍ତକ ସମ୍ପର୍କରେ ଜାଣିପାରିବେ। ୧୦-୧୦ମ ଓ ଦ୍ୱାଦଶ ବ୍ୟତୀତ ଆଉ କୌଣସି ଶ୍ରେଣୀରେ ପରୀକ୍ଷା ହେବ ନାହିଁ।
ଆମେ ପିଲାମାନଙ୍କୁ ଜୀବବିଜ୍ଞାନ ସମ୍ପର୍କରେ ଶିକ୍ଷା ଦେଉଛୁ, କିନ୍ତୁ ପ୍ରାଣୀମାନଙ୍କୁ ସମ୍ମାନ , ଆଦର କରିବାକୁ ଶିଖାଉଛୁ କି? ଆମେ ପିଲାମାନଙ୍କୁ ପଦାର୍ଥବିଜ୍ଞାନ ଓ ପରିବେଶ ବିଜ୍ଞାନ ଉପରେ ଶିକ୍ଷା ଦେଉଛୁ କିନ୍ତୁ ପୃଥିବୀକୁ କିଭଳି ରକ୍ଷା କରାଯାଇପାରିବ ତାହା ଉପରେ ଗୁରୁତ୍ୱ ଦେଉଛେ କି? କେତେ ଜଣ ପିନ୍ସିିପାଲ କ୍ୟାମ୍ପସରେ ବୁଲା ପ୍ରାଣୀମାନଙ୍କୁ ପୋଷ୍ୟ ଭାବେ ରଖିବାକୁ ବିଚାର କରିଛନ୍ତି? ଖୁବ୍ କମ୍। ବରଂ ଅଧିକାଂଶ କ୍ୟାମ୍ପସରୁ ସ୍ଥାନୀୟ ମ୍ୟୁନିସିପାଲିଟି ବୁଲାକୁକୁରଙ୍କୁ ଉଠାଇନେଇ ବାହାରେ ଫିଙ୍ଗି ଦେଉଛିି। ପୁରୁଣା ପୋଷାକ ଭଳି ପ୍ରାଣୀମାନଙ୍କୁ ବହାରେ ଫିଙ୍ଗି ଦିଆଯାଏ ବୋଲି ପିଲାମାନେ ଏଥିରୁ ଶିକ୍ଷା ପାଉଛନ୍ତି। କେମିତି ଭୟଭୀତ ହେବେ ଓ ଖରାପ ଧାରାରେ ପ୍ରତିଯୋଗିତା କରିବେ, ଅନ୍ୟମାନଙ୍କ ସହାୟତାରେ କିପରି ସଫଳତା ପାଇବେ, ଅନ୍ୟମାନଙ୍କ ସହ କେମିତି ସମାନ ହୋଇପାରିବେ, ନିଦ୍ଦର୍ର୍ୟ ହୃଦୟ ନେଇ କେମିତି ଜୀବନରେ ଆଗେଇବେ ଏସବୁକୁୁୁ ଆମେ ପିଲାମାନଙ୍କୁ ଶିଖାଉଛେ। ଜୀବନରେ ଖାଲି ଚାହିଁବା ଓ ନେବା ଉପରେ ଶିକ୍ଷା ଦେଉଛେ।
ମୁଁ ଘଣ୍ଟା ଘଣ୍ଟା ଧରି ଆମ ଚାରିପାଖର ପରିବେଶକୁ ସମ୍ମାନ ଦେବା ଓ ନୈତିକ ବିଜ୍ଞାନ ବା ନୀତିଶାସ୍ତ୍ର ଉପରେ ଶିକ୍ଷା ଲାଭ କରିଛି । ସେହି ଧାରାରେ ମୁଁ ବଢି ଆସିଛି। ମୁଁ ପଢୁଥିବା ସ୍କୁଲରେ ପରୀକ୍ଷା ନ ଥିଲା। ଏଣୁ ମୁଁ ପ୍ରତିଯୋଗିତା କ’ଣ ତାହା ଶିଖି ନାହିଁ କି ତାହା କରିବାକୁ କେବେ ବି ଚାହିଁ ନାହିଁ। ଆମ ପାଖରେ କିଛି ବି ପକେଟ ମନି ରହୁ ନ ଥିଲା। ଏଣୁ ଟଙ୍କା କେବଳ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଲାଗି ଉଦ୍ଦିଷ୍ଟ ବୋଲି ଆମେ ଶିଖିତ୍ଛୁ। ଆମକୁ ଅନୁସନ୍ଧିିତ୍ସୁ ,ସ୍ବାଧୀନ ଓ ସୁଖୀ ହେବା ଲାଗି ଶିକ୍ଷା ଦିଆଯାଉଥିଲା। ମୋ ପାଇଁ ଜୀବନ କ’ଣ ଆଣିଛି ବା ମୁଁ ଜୀବନରେ କ’ଣ ପାଇଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ ମୋ ଶିକ୍ଷା ମୋତେ ଏକ ଭଲ ଜାଗାରେ ରଖିଛି। ଏଣୁ ଏଭଳି ଶିକ୍ଷା ପାଇଁ ଆମେ ଆମ ପିଲାମାନଙ୍କୁ ସାଉଥବାଲେ ସ୍କୁଲକୁ ପଠାଇବା ଉଚିିତ।
Email: gandhim@nic.in