ପୌର ନିର୍ବାଚନ ପୂର୍ବରୁ ବିଜେଡିର ମିଶ୍ରଣ ପର୍ବ: ବିରୋଧୀଙ୍କୁ ପଡ଼ିବ ଭାରି

ଦେବଗଡ଼,୨୧।୩ (ଡି.ଏନ୍‌.ଏ.): ପୌର ନିର୍ବାଚନ ପୂର୍ବରୁ ଦେବଗଡ଼ ଜିଲାରେ ସୋମବାର ବିଜେଡିର ମିଶ୍ରଣ ପର୍ବ ହୋଇଛି। ଭାଜପା ଓ କଂଗ୍ରେସ କର୍ମୀ ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି। ନିର୍ବାଚନ ପୂର୍ବରୁ ଶାସକ ଦଳର ଏହି ମିଶ୍ରଣ ପର୍ବ ବିରୋଧୀଙ୍କୁ ଭାରି ପଡ଼ିବା ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି। ସୋମବାର ଶ୍ରମ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଉପସ୍ଥିତିରେ ଯୁବ କଂଗ୍ରେସ ସଭାପତି ଅମିତ ରଞ୍ଜିତଙ୍କ ସମେତ ବହୁ ଭାଜପା ଓ କଂଗ୍ରେସ କର୍ମୀ ବିଜେଡିରେ ମିଶିଛନ୍ତି । ପୌର ନିର୍ବାଚନରେ ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରତିଫଳିତ ହେବା ଆଶାଥିବା ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ।

Share