ବିଜେଡିରେ ଯୋଗଦେଲେ ଶିକ୍ଷାବିତ୍‌ ଶାନ୍ତି ମଞ୍ଜରୀ ଦେଇ

ଭୁବନେଶ୍ୱର,୪।୩(ବ୍ୟୁରୋ): ଦେବଗଡ଼ର ବିଶିଷ୍ଟ ଶିକ୍ଷାବିତ୍‌ ଶାନ୍ତି ମଞ୍ଜରୀ ଦେଇ ଶୁକ୍ରବାର ବିଜେଡିରେ ଯୋଗ ଦେଇଛନ୍ତି । ସେ ନିଜେ ଜଣେ ରାଷ୍ଟ୍ରପତି ଓ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷୟିତ୍ରୀ । ଯୁବନେତା ରାଜକିଶୋର ଦାଶ ମଧ୍ୟ ତାଙ୍କ ସମର୍ଥକଙ୍କ ସହ ବିଜେଡିରେ ମିଶିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଶାନ୍ତି ମଞ୍ଜରୀଙ୍କୁ ଦଳରେ ସାମିଲ କରିଛନ୍ତି । ଏହି ଅବସରରେ ଜିଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ବିଜେଡି ରାଜ୍ୟ ସମ୍ପାଦକ କୁନ ବିହାରୀ ଦାସ ମଧ୍ୟ ଉପସ୍ଥିତ ଥିଲେ ।

Share